ବଲିଉଡର ବଜରଙ୍ଗୀ ଭାଇଜାନ ସଲମାନ୍ ଖାନ୍ । ଏହି ନାଁ ଶୁଣିଲେ ମନକୁ ଆପେ ଆପେ ଏକ ସୁପରଷ୍ଟାରର ଦୃଶ୍ୟ ଚାଲି ଆସେ । ବିଭିନ୍ନ ବିବାଦ ସତ୍ୱେ ବଲିଉଡରେ ସଲମାନଙ୍କ ଦବଦବା ସବୁବେଳେ ରହି ଆସିଛି । ଏହି ଦବଙ୍ଗ ହିରୋଙ୍କ ଆକ୍ଟିଂ ସହ ନିଆରା ଡ୍ୟାନ୍ସ ମୁଭ୍ ତାଙ୍କ ଫ୍ୟାନ୍ ମାନଙ୍କୁ ପାଗଳ କରି ଦେଇଥାଏ । ସେ ତେରେନାମର ‘ରାଧେ’ ହୁଅନ୍ତୁ ବା ପ୍ରେମ୍ ରତନ ଧନ ପାୟୋ ର ‘ପ୍ରେମ୍’ । ସଲମାନ୍ ସବୁବେଳେ ନିଜ ଫ୍ୟାନ୍ ମାନଙ୍କ ପାଇଁ କିଛି ନା କିଛି ଅଲଗା କରିବାକୁ ଚେଷ୍ଟା କରିଥାନ୍ତି ।
ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଚୁଲବୁଲ୍ ପାଣ୍ଡେ ଦିନେ ବିକିନି ପିନ୍ଧା ସିନରେ ନଜର ଆସିଥିଲେ । ଫିଲ୍ମଟି ଥିଲା ୯୦ ଦଶକର ‘ବାଗି – ଏ ରିବଲ୍ ଫର୍ ଲଭ୍’ । ଏହି ଫିଲ୍ମରେ ଏକ ଛୋଟ ଦୃଶ୍ୟ ଥିଲା ଯେଉଁଥିରେ ସଲମାନଙ୍କୁ ବିକିନି ପିନ୍ଧିବାକୁ ପଡିଥିଲା । ଯଦିଓ ସେତେବେଳେ ସଲମାନଙ୍କ ସିକ୍ସ୍ ପ୍ୟାକ୍ ବଡି ନଥିଲା ତଥାପି ସଲମାନ୍ ବହୁତ ଭଲ ଭାବରେ ଏହି ସିନକୁ କରିଥିଲେ । ତେବେ ଏଥିରୁ ଜଣା ପଡେ ଭାଇଜାନ ତାଙ୍କ କାମକୁ ନେଇ କେତେ ସିରିୟସ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/08/salman-khan.jpg)