୧୬ ବର୍ଷ ତଳେ ଯୋଧପୁରରେ କୃଷ୍ଣସାର ମୃଗ ମାରିବା ଅପରାଧରେ ସେଣ୍ଟ୍ରାଲ ଜେଲ ଯାଇଥିବା ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ଆଜିି ବେଲ ମିଳିଯାଇଛି । ତିନି ଦିନ ତଳେ ସଲମାନଙ୍କୁ ୫ ବର୍ଷ ପାଇଁ ଜେଲ ଦଣ୍ଡ ଦିଆଯାଇଥିଲା । ପରିବାର ସମେତ ଭାରତର କୋଟି କୋଟି ଜନତା ସଲମାନଙ୍କ ପାଇଁ ଚିନ୍ତିତ ଥିଲେ । ଆଜି ସଲମାନଙ୍କ ଜାମିନକୁ ନେଇ ଚିନ୍ତା ଆହୁରି ବଢିଥିଲା । ବହୁ ପ୍ରତିକ୍ଷା ପରେ ଭାଇଜାନଙ୍କୁ ଆଜି ଦ୍ୱିପ୍ରହର ୩ ଟାରେ ଜାମିନ ମିଳିଯାଇଛି । ସେସନ କୋର୍ଟ ଜଜ୍ ରବିନ୍ଦ୍ର କୁମାର ଯୋଶୀ ସଲମାନ ଖାନଙ୍କୁ ଜାମିନ ଦେଇଛନ୍ତି ।
ଅନ୍ୟପକ୍ଷରେ ସଲମାନଙ୍କ ଓକିଲ ମହେଶ ବୋରାଙ୍କ କହିବାନୁସାରେ ଆଜି ଯଦି ତାଙ୍କୁ ଜାମିନ ମିଳିନଥାନ୍ତା ତେବେ ସେ ଲିଙ୍କ କୋର୍ଟରେ ପିଟିସନ ଜାରି କରିଥାନ୍ତେ । ସୁଚନାନୁସାରେ, ସିନେମା “ହମ ସାଥ ସାଥ ହେ” ସୁଟିଂ ସମୟରେ ଯୋଧପୁର ଯାଇଥିବା ସଲମାନ ଏବଂ ତାଙ୍କ ସାଥି କଳାକାର କୃଷ୍ଣସାର ମୃଗ ଶିକାର କରିବାକୁ ନେଇ ବହୁ ବର୍ଷ ପର୍ଯ୍ୟନ୍ତ କେସ ଚାଲିଥିଲା । ତିନି ଦିନ ତଳେ ଯୋଧପୁର ସେଣ୍ଟ୍ରଲ ଜେଲରେ ସବୁ ଆରୋପୀଙ୍କୁ ଦୋଷମୁକ୍ତ କରାଯାଇଥିବା ବେଳେ ସଲମାନଙ୍କୁ ୫ ବର୍ଷ ଜେଲଦଣ୍ଡ ଶୁଣାଇ ଦିଆଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/04/salman-khan-in-black-buck-hunting-case_f670d17c-38c3-11e8-8aa5-05fdb8d0ae52.jpg)