କନକ ବ୍ୟୁରୋ : ସୋମବାର ସଂଧ୍ୟାରେ ନିଜର ଅପକମିଂ ଫିଲ୍ମ କିସି କା ଭାଇ କିସି କି ଜାନର ଟ୍ରେଲର ଲଂଚରେ ବ୍ୟସ୍ତ ଥିଲେ ଅଭିନେତା ସଲମାନ ଖାନ୍ । କୋ-ଷ୍ଟାର, ଟିମ ସଦସ୍ୟଙ୍କ ସହ କାର୍ଯ୍ୟକ୍ରମରେ ମସଗୁଲ ଥିଲେ, ହଠାତ ଏହି ସମୟରେ ମୁମ୍ବାଇ ପୁଲିସର ଏକ ସୂଚନ ଆସି ପହଁଚିଥିଲା । ସଲମାନଙ୍କୁ ହତ୍ୟା କରିବା ପାଇଁ ମୁମ୍ବାଇ ପୁଲିସକୁ ଏକ ଧମକପୂର୍ଣ୍ଣ କଲ ଆସିଥିବା ଜଣାପଡିବାପରେ ଆଲର୍ଟ ଜାରି କରାଯାଇଥିଲା । ଏପ୍ରିଲ ୩୦ରେ ସଲମାନଙ୍କୁ ହତ୍ୟା କରିବ ବୋଲି ଫୋନରେ ଧମକ ଦେଇଥିଲା ଦୁବୁର୍ତ । ଏହା ପରେ କଲ ପଛର କାରଣ, କିଏ କଲ କରିଛି ଏସବୁ ଜାଣିବା ପାଇଁ ସଙ୍ଗେ ସଙ୍ଗେ ଛାନିଭନ ଆରମ୍ଭ କରିଥିଲା ମୁମ୍ବାଇ ପୁଲିସ । କିଛି ଘଂଟା ପରେ ସାମ୍ନାକୁ ଆସିଥିଲା ସତ । ରାଜସ୍ଥାନର ଜଣେ ୧୬ବର୍ଷର ନାବାଳକ ଏହି ହତ୍ୟା ଧମକ ଦେଇଥିବା ଜଣାପଡିବା ପରେ ତୁରନ୍ତ ତାକୁ ଗିରଫ କରାଯାଇଛି ।

Advertisment

ତେବେ ଏହି ଧମକ ପଛରେ ପ୍ରକୃତର କାରଣ କଣ ଏନେଇ ଚାଲିଛି ତନାଘନା । ତେବେ ଏହା ପ୍ରଥମ ଘଟଣା ନୁହେଁ । ବାରମ୍ବାର ସଲମାନଙ୍କୁ ମିଳୁଛି ହତ୍ୟା ଧମକ । କେବେ ବିଦେଶରୁ ତ ପୁଣି କେବେ ଜେଲରେ ରହି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋୟୀ ହତ୍ୟା ଧମକ ଦେଉଛି । କାନାଡରେ ବସିଥିବା ଗ୍ୟାଙ୍ଗଷ୍ଟର ଗୋଲଡୀ ବରାଡ ଓ ରୋହିତ ବରାଡ ମଧ୍ୟ ହତ୍ୟାଳପାଇଁ ବାରମ୍ବରର ଧମକ ଦେଉଛନ୍ତି । ଏହା ପରେ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି ।