ସଲମାନ୍ ଖାନଙ୍କୁ ଭେଟିବାକୁ ଆସିଲେ ପ୍ରଂଶସକ । ଖୁସି ହୋଇଗଲେ ଦବଙ୍ଗ ବୟ, ଫିଲ୍ମ ‘ରାଧେ’ରେ ଦେଲେ ଭିଲିଆନ୍ ରୋଲ୍ ।

343

କନକ ବ୍ୟୁରୋ : ବଲିଉଡର ଦବଙ୍ଗ ଆକ୍ଟର ସଲମାନଙ୍କ ଫିଲ୍ମ ‘ରାଧେ’ ମେ ୧୩ ତାରିଖରେ ରିଲିଜ ହେବାକୁ ଯାଉଛି । ଓଟିଟି ପ୍ଲାଟଫର୍ମରେ ଫିଲ୍ମଟି ରିଲିଜ ହେବାକୁ ଯାଉଥିବା ବେଳେ, ଫିଲ୍ମକୁ ନେଇ ବେଶ ଉତ୍ସାହିତ ଅଛନ୍ତି ଫ୍ୟାନ୍ସ । ଆଉ ଏହାରି ଭିତରେ ଫିଲ୍ମକୁ ନେଇ କିଛି ରୋଚକ କଥା ସାମ୍ନାକୁ ଆସିଛି । ଫିଲ୍ମରେ ଯିଏ ଭିଲିଆନର ଅଭିନୟ କରୁଛନ୍ତି, ପ୍ରକୃତରେ ସିଏ ସଲମାନଙ୍କର ବହୁତ ବଡ ଫ୍ୟାନ୍ । ଫିଲ୍ମ ଦବଙ୍ଗ-୩ର ସୁଟିଂ ସେଟରେ ସଲମାନଙ୍କ ସହ ଏହି ଅଭିନେତାଙ୍କ ସାକ୍ଷାତ ହୋଇଥିଲା । ଆଉ ଏହି ଅଭିନେତାଙ୍କ ନାଁ ହେଉଛି, ସଙ୍ଗେ ଶେଲିମ୍ ।

ସଂଗେ କହିଛନ୍ତି, ସିଏ ଫ୍ୟାନ୍ସ ଭାବେ ସଲମାନଙ୍କୁ ଭେଟିବାକୁ ଆସିଥିଲେ । ସଲମାନଙ୍କ ସହ ସେଲଫି ନେଇଥିଲେ, ଆଉ ଏହା ପରେ ସଲମାନ୍ ତାଙ୍କୁ ତାଙ୍କ ସହ ଅଭିନୟ କରିବାର ସୁଯୋଗ ଦେଇଥିଲେ । ତେବେ ରାଧେ ଫିଲ୍ମରେ ବଲିଉଡରେ ଡେବ୍ୟୁ କରୁଛନ୍ତି ସଂଗେ । ଖଳନାୟକ ଭୂମିକାରେ ତାଙ୍କୁ ପରଦାରେ ଦେଖିବାକୁ ମିଳିବ ।