ସଲମାନଙ୍କ ଫିଲ୍ମ ‘ବଡିଗାର୍ଡ’ ନିର୍ଦ୍ଦେଶକ ସିଦ୍ଦିକି ଇସ୍ମାଇଲଙ୍କ ହୃଦଘାତରେ ପରଲୋକ । ୬୩ ବର୍ଷରେ ଶେଷ ନିଃଶ୍ୱାସ

268

କନକ ବ୍ୟୁରୋ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ନିର୍ଦ୍ଦେଶକ ତଥା ସଲମାନ ଖାନଙ୍କ ଅଭିନୀତ ଫିଲ୍ମ ‘ ବଡିଗାର୍ଡ’ର ନିର୍ଦ୍ଦେଶକ ସିଦ୍ଦିକି ଇସ୍ମାଇଲଙ୍କ ହୃଦଘାତରେ ପରଲୋକହୋଇଛି । କିଛି ଦିନ ଧରି ସେ ନିମୋନିଆ ଓ ଲିଭର ସଂକ୍ରମଣ ଜନିତ ସମସ୍ୟା ନେଇ ଚିକିତ୍ସିତ ହେଉଥିଲେ । ସ୍ୱାସ୍ଥ୍ରାବସ୍ଥା ଅଧିକ ଖରାପ ହେବାରୁ ତାଙ୍କ କୋଚି ଅମୃତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏଠାରେ ଚିକିତ୍ସା ସମୟରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି ।
ମୃତ୍ୟୁ ବେଳକୁ ତାଙ୍କ ୬୩ ବର୍ଷ ହୋଇଥିଲ । ସିଦ୍ଦିକି ୧୯୮୯ରେ ମାଲାୟାଲମ୍ ଫିଲ୍ମ ‘ରାମଜୀ ରାଓ ସ୍ପିକିଙ୍ଗ’ରୁ ନିଜ କରିଅର ଆରମ୍ଭ କରିଥିଲେ । ‘ହରିହର ନଗର’ , ‘ଗଡଫାଦର’ , ‘କାବୁଲିବାଲା’, ‘ଭିଏତନାମ୍ କଲୋନୀ’, ‘ହିଟଲର’ ଭଳି ଫିଲ୍ମରେ ନିର୍ଦ୍ଦେଶନା ଦେଇ ବେଶ୍ ଆଦୃତ ହୋଇପାରିଥିଲେ । ତାଙ୍କ ଶେଷ ନିର୍ଦ୍ଦେଶନା ଥିଲା ଫିଲ୍ମ ‘ବିଗ୍ ବ୍ରଦର’ ।