ହାତ କାଟି ଲେଖିଲେ ଆଇ ଲଭ ୟୁ! ଥାନା ବାହାରୁ ଆରମ୍ଭ କରି ଭିତର ପର୍ଯ୍ୟନ୍ତ ଖାଲି ଭାଇଜାନ ନାରା ।

49

କୃଷ୍ଣସାର ମୃଗ ମାରିବା ଅପରାଧରେ ୫ ବର୍ଷ ପାଇଁ ସେଣ୍ଟ୍ରାଲ ଜେଲ ଯାଇଥିବା ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ଆଜିି ବେଲ ମିଳିଯାଇଛି । ସଲମାନଙ୍କୁ ଦଣ୍ଡ ମିଳିବା ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ଏହି ମାମଲାରେ ଲମ୍ବା ଲଢେଇ ଲାଗିବା ପରେ ଶେଷରେ ତାଙ୍କୁ ଜାମିନ ମିଳିଯାଇଛି । ଗୁରୁବାରଠାରୁ ହିଁ ସଲମାନଙ୍କୁ ଭେଟିବା ପାଇଁ ଲୋକଙ୍କର ଜେଲ ବାହାରେ ଗହଳି ଜମିଥିଲା । ବିଷ୍ଣୋଇ ସମ୍ରଦାୟର ଲୋକ ସମେତ ଶନିବାର ଭାଇଜାନଙ୍କ ସପକ୍ଷରେ ତାଙ୍କ ଫ୍ୟାନ୍ସ ଜେଲ ବାହାରେ ସଲମାନଙ୍କ ସହ ରହିଥିବା ନାରା ଲଗାଇଥିଲେ ।

ଜେଲ ବାହାରୁ ଆରମ୍ଭ କରି ଭିତର ପର୍ଯ୍ୟନ୍ତ ସବୁଠାରେ ସଲମାନ ଫ୍ୟାନ୍ସଙ୍କ ଗହଳି ଲାଗିଥିଲା । ଏମିତିକି ଜେଲ ଭିତରେ ମଧ୍ୟ ଷ୍ଟାଫଙ୍କ ପରିବାର ସହ ସେଲଫି ନେବା ଏବଂ ଭିଆଇପି ଟ୍ରିଟମେଣ୍ଟ କରିବା ଖବର ଶୁଣିବାକୁ ମିଳୁଥିଲା । ପାଗଳପଣ ଏତେ ବଢିଯାଇଥିଲା ଯେ ଜେଲ ସମ୍ମୁଖରେ ବସିଥିବା ଜଣେ ପ୍ରଶଂସକ ହାତ କାଟି ‘ଆଇ ଲଭ ସଲମାନ’ ଲେଖିଥିଲେ । ବହୁ ପ୍ରଶଂସକଙ୍କ ହାତରେ ସଲମାନଙ୍କ ପିଲ୍ମ ପୋଷ୍ଟର ଏବଂ ଅଟୋବାଲାଙ୍କ ଗାଡି ଆଗରେ ଭାଇଜାନଙ୍କୁ ଖଲାସ କରିବା ପାଇଁ ନେହୁରା ପୋଷ୍ଟର ଲାଗିଥିଲା ।
ବଲିଉଡ ଟାଇଗରଙ୍କ ଫିଲ୍ମ ପରଦାକୁ ଆସିବା ପୂର୍ବରୁ ଏହିଭଳି ମାହୋଲ ଦେଖାଯାଏ । ବେଳେବେଳେ ସଲମାନଙ୍କ ଫଟୋକୁ ଫ୍ୟାନ୍ସମାନେ କ୍ଷୀରରେ ଗାଧୋଇ ଦେଇଥାନ୍ତି । ଭାରତରେ ସଲମାନଙ୍କ ପ୍ରଶଂସକ ପ୍ରତି କୋଣରେ ରହିଥିବା କଥା ଏହି ପରିସ୍ଥିତିରୁ ଦେଖିବାକୁ ମିଳୁଛି । ନିକଟରେ ୧୫ ବର୍ଷର ଜଣେ ପ୍ରଶଂସକ ଭାଇଜାନକୁ ଦେଖା କରିବା ପାଇଁ ଘରୁ ଲୁଚି ତାଙ୍କ ଗାଲାକ୍ସି ଆପାର୍ଟମେଣ୍ଟକୁ ଆସିଥିଲେ ।