ବନ୍ଦ ହେବ କପିଲଙ୍କ ଶୋ’ ! ଆସିପାରେ ସଲମାନଙ୍କ ‘ଦଶ୍ କା ଦମ୍’

ବନ୍ଦ ହେବ କପିଲଙ୍କ ଶୋ’ ! ଆସିପାରେ ସଲମାନଙ୍କ ‘ଦଶ୍ କା ଦମ୍’

Photo Courtesy : http://s3.india.com/wp-content

କମେଡି କିଙ୍ଗଙ୍କ ଟ୍ରାଜେଡି । ବନ୍ଦ ହୋଇପାରେ କପିଲଙ୍କ ଶୋ’ ‘ଦ କପିଲ୍ ଶର୍ମା ଶୋ’ । କପିଲଙ୍କ ଶୋ ସ୍ଥାନରେ ଫେରିବା ସଲମାନଙ୍କ ‘ଦଶ କା ଦମ୍’ । ଏହି ଶୋ ଦ୍ୱାରା ଭାଇଜାନ ପୁଣି ଫରିବେ ଛୋଟ ପରଦାକୁ । ଖବର ଅନୁସାରେ ଏନେଇ ଚ୍ୟାନେଲ୍ ସହ ସଲମାନଙ୍କ କଥାବାର୍ତ୍ତା ଚାଲିଛି ।ଯଦି ହୁଏ ଆସନ୍ତା ଜୁଲାଇ ମାସ ବେଳକୁ ଆରମ୍ଭ ହୋଇପାରେ ସଲମାନଙ୍କ ‘ ଦଶ କା ଦମ୍’ ।

ମଝି ଆକାଶରେ ସୁନୀଲଙ୍କ ସହ ଝଗଡା ପରେ କପିଲ ବିବାଦ ଘେରକୁ ଆସିଥିଲେ । ଧୀରେ ଧୀରେ କରି ସମସ୍ତ ପୁରୁଣା ସଦସ୍ୟ କପିଲ ଏବଂ ଶୋକୁ କହିଥିଲେ ବାଏ ବାଏ । ଏହି ବିବାଦ ପରେ ଶୋ’ ର ଟିଆରପି ମଧ୍ୟ କମିଥିଲା । ଚ୍ୟାନେଲ୍ ସୁନୀଲଙ୍କୁ ଏହି ଶୋକୁ ଫେରାଇ ଆଣିବାକୁ କପିଲଙ୍କୁ କିଛି ଦିନ ସମୟ ମଧ୍ୟ ଦେଇଥିଲେ । ହେଲେ ସମସ୍ତ ଚେଷ୍ଟା ପରେ ବି ସୁନୀଲ ଶୋ’କୁ ଫେରିବାକୁ ରାଜି ହୋଇନଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe