ଡେଙ୍ଗୁରେ ଆକ୍ରାନ୍ତ ହେଲେ ସଲମାନ ଖାନ୍, ଜାଣନ୍ତୁ କିଏ ‌ହେବେ ବିଗ୍ ବସ୍-୧୬ ହୋଷ୍ଟ୍ …

146

କନକ ବ୍ୟୁରୋ:ବଲିଉଡର ଭାଇଜାନ ସଲମାନ ଖାନଙ୍କୁ ଡେଙ୍ଗୁ । ଡେଙ୍ଗୁରେ ଆକ୍ରାନ୍ତ ଥିବାରୁ ଆସନ୍ତା କିଛି ସପ୍ତାହ ଯାଏଁ ବିଗ୍ ବସ୍-୧୬ ହୋଷ୍ଟ କରିବେ ନାହିଁ । ତାଙ୍କ ସ୍ଥାନରେ ଏହି ସୋ’ କିଛି ଦିନ ପାଇଁ କରନ୍ ଜୋହର ହୋଷ୍ଟ କରିବେ ବୋଲି ଖବର ସାମ୍ନାକୁ ଆସିଛି । ଏଣେ ସଲମାନନଙ୍କର ସୁଟିଂ ବାତିଲ୍ ହୋଇଥିବା ବେଳେ  କରନ ବିଗ୍ ବସ୍-୧୬ର ଏକ ସ୍ୱତନ୍ତ୍ର ଏପିସୋଡ୍ ପାଇଁ ସୁଟିଂ କରିଛନ୍ତି ।

ସୂଚନା ଅନୁଯାୟୀ, ସଲମାନ ନିଜେ କରନଙ୍କୁ ଏହି ସୋ’ ହୋଷ୍ଟ କରିବାକୁ ଅନୁରୋଧ କରିଥିଲେ । ଯାହାକୁ ସେ ମନା କରିପାରି ନାହାନ୍ତି । ବର୍ତ୍ତମାନ କରନଙ୍କୁ ବିଗବସର  କିଛି ଏପିସୋଡରେ ହୋଷ୍ଟ ଭାବରେ ଦେଖିବାକୁ ମିଳିବ । କରନ ଏବଂ ସଲମାନ ଭଲ ବନ୍ଧୁ, ଯେତେବେଳେ ସମସ୍ତ କଳାକାର କରଣଙ୍କ ଫିଲ୍ମ ‘କୁଛ-କୁଛ ହୋତା ହୈ’ରେ ଶାହାରୁଖଙ୍କ ସାଇଡ ହିରୋ ହେବାକୁ ମନା କରିଦେଇଥିଲେ, ସେତେବେଳେ ସଲମାନ ହିଁ ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ଗତ ବର୍ଷ କରନ ଜୋହର ବିଗ୍ ବସ୍ ଓଟିଟିର ପ୍ରଥମ ସିଜନ୍ ଆୟୋଜନ କରି ସମସ୍ତଙ୍କୁ ମନୋରଞ୍ଜନ କରିଥିଲେ । ସେ ଓଟିଟିର ସମସ୍ତ ଏପିସୋଡ୍ ହୋଷ୍ଟ କରିଥିଲେ ।  ଯଦିଓ ପ୍ରଶଂସକମାନେ ୧୨ ବର୍ଷ ଧରି ବିଗ୍ ବସରେ ସଲମାନଙ୍କୁ ଦେଖିବାକୁ ପସନ୍ଦ କରୁଛନ୍ତି, ତେବେ କରନଙ୍କ ପ୍ରଶଂସକଙ୍କ ପ୍ରତିକ୍ରିୟା କ’ଣ ହେବ ତାହା ଦେଖିବା ପାଇଁ ସମସ୍ତେ ନଜର ରଖିଛନ୍ତି ।