ଆଜିି ବାରବାଟୀରେ ଜଲୱା ଦେଖାଇବେ ଭାଇଜାନ୍ । କଟକ ଆସୁଥିବା ନେଇ ଭିଡିଓ ବାର୍ତ୍ତା ଜରିଆରେ ସୂଚନା ଦେଲେ ସଲମାନ୍ ଖାନ

ଭିଡିଓରେ ସଲମାନ ବିଶ୍ୱକପ ହକି କାର୍ଯ୍ୟକ୍ରମରେ ଯୋଗ ଦେବା କଥା କହିଛନ୍ତି ।

246

କନକ ବ୍ୟୁରୋ: ବାରବାଟୀ ଆସିବେ ଭାଇଜାନ୍ । ବିଶ୍ୱକପ୍ ହକି ସେଲିବ୍ରେସନ ପାଇଁ ଆଜି କଟକ ଆସୁଛନ୍ତି ବଲିଉଡ୍ ସୁପରଷ୍ଟାର ସଲମାନ ଖାନ୍ । କଟକ ଆସିବା ନେଇ ସଲମାନଙ୍କୁ ଗତ ସପ୍ତାହରେ ଯୋଗାଯୋଗ କରାଯାଇଥିଲା, କିନ୍ତୁ ଗତକାଲି ସଲମାନ ଆସିବା ନେଇ ସୂଚନା ଦେଇଛନ୍ତି । ମିଲେନିୟମ ସିଟି କଟକ ଆସୁଥିବାରୁ ଟୁଇଟ କରି ସଲମାନ ଖୁସି ଜାହିର କରିଛନ୍ତି । ଏଥିସହ ଏକ ଭିଡିଓ ମଧ୍ୟ ଜାରି କରିଛନ୍ତି । ଏହି ଭିଡିଓରେ ସଲମାନ ବିଶ୍ୱକପ ହକି କାର୍ଯ୍ୟକ୍ରମରେ ଯୋଗ ଦେବା କଥା କହିଛନ୍ତି ।

ଆଜି ବାରବାଟୀରେ ଏଆର ରେହମାନଙ୍କ ସଂଗୀତ କାର୍ଯ୍ୟକ୍ରମ ରହିଛି । ଏଥିସହ ମଂଚରେ ଧୂମ ମଚାଇବେ ସଲମାନ । ବାରବାଟୀ ଆସିବା ନେଇ ସଲମାନ ଖାନଙ୍କ ଅଫିସ ପୂର୍ବରୁ ସହମତି ଦେଇନଥିଲା । ଏଯାଏଁ ଚର୍ଚା ହେଉଥିଲା, ଭାଇଜାନ ଆସିବେ କି ନାହିଁ । ଶେଷରେ ଟ୍ୱିଟ୍ କରି କନଫର୍ମ କରିଛନ୍ତି ସଲମାନ ଖାନ୍ । କଟକ ସେଲିବ୍ରିସେନ ପାଇଁ ପୋଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି । ଏଥିପାଇଁ ସ୍ୱତନ୍ତ୍ର ଭାବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ୩୦ ହଜାରରୁ ଅଧିକ ଦର୍ଶକ ଷ୍ଟାଡିୟମରେ ବସି କାର୍ଯ୍ୟକ୍ରମ ଉପଭୋଗ କରିବେ । ସିସିଟିଭି ନଜରରେ ପୂରା ଷ୍ଟାଡିୟମ ରଖାଯିବ ।

ଦର୍ଶକଙ୍କୁ ୨ଟା ୩୦ରୁ ଦର୍ଶକଙ୍କୁ ଷ୍ଟାଡିୟମ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ । ଅପାରହ୍ନ ୫ଟା ୩୦ରେ ଘଂଟିକିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସବୁଠାରୁ ବଡ କଥା ହେଲା,କଟକ ଆସିବେ ବୋଲି ସଲମାନ ଟ୍ୱିଟ କରିବା ଏକ ଘଂଟା ମଧ୍ୟରେ ୧ ଲକ୍ଷ ୬୫ ହଜାର ଲୋକ ଏହାକୁ ସମର୍ଥନ ଜଣାଇଛନ୍ତି । ସଲମାନ ଖାନ୍ଙ୍କ ସହ ଏ. ଆର.ରେହମାନ ବି କାର୍ଯ୍ୟକ୍ରମରେ ସାମିଲ ହେବେ ।