ସଲମାନ ଖାନଙ୍କ ଅପକମିଂ ଫିଲ୍ମ ରେସ୍-୩ର ଟ୍ରେଲର ଇଂଟରନେଟରେ ଧମାଲ ମଚାଇଛି । ୧୫ ଜୁନରେ ରିଲିଜ ହେବାକୁ ଥିବା ଏହି ଫିଲ୍ମର ଟ୍ରେଲର ୟୁଟ୍ୟୁବରେ ପ୍ରଥମ ନମ୍ବରରେ ରହି ଟ୍ରେଣ୍ଡ ପାଲିଟି ଯାଇଛି । ଏହାକୁ ଏବେ ପର୍ୟ୍ୟନ୍ତ ୧କୋଟି ୨ଲକ୍ଷ ଲୋକରୁ ଅଧିକଥର ୟୁଟ୍ୟୁବରେ ଦେଖା ଯାଇସାରିଲାଣି । ଫିଲ୍ମ ବିଷୟରେ ଏକ ରୋମାଂଚକର କଥା ହେଉଛି ସଲମାନଙ୍କୁ ବିବାହ ପାଇଁ କିଭଳି ଝିଅ ଦରକାର ଏହି ଫିଲ୍ମରେ କହୁଥିବାର ନଜର ଆସିବେ ।
ଫିଲ୍ମ ଟ୍ରେଲରର ଏକ ଦୃଶ୍ୟରେ ସଲମାନ ଜାକଲିନଙ୍କ ହାତ ମାଗିଥିଲେ ଏବଂ ଜାକଲିନ ମନା କରିବାରୁ କହିଥିଲେ ଭୟ କରନାହିଁ ବିବାହ କରିବା ପାଇଁ ମାଗୁନାହିଁ । ଫିଲ୍ମ ଟ୍ରେଲରରେ ଦେଖିବାକୁ ମିଳିଥିବା ଏହି ଦୃଶ୍ୟ ଦର୍ଶକଙ୍କ ହୃଦୟକୁ ଜିତି ନେଇଛି । ଏହିଭଳି ସିନେମାରେ ଏଭଳି କିଛି ଦୃଶ୍ୟ ରହିଛି ଯାହା ନିଶ୍ଚୟ ଆପଣଙ୍କୁ ଭଲ ଲାଗିବେ । ତେବେ ଇଦରେ ରିଲିଜ ହେବାକୁ ଥିବା ଏହି ଫିଲ୍ମ ବକ୍ସ ଅଫିସରେ କେତେ ମାତ୍ରାରେ ଜଲୱା ଦେଖାଉଛି ତାହା କେବଳ ଆଗକୁ ଦେଖିବା ବାକି ରହିଲା ।
କେମିତି ଝିଅକୁ ବିବାହ କରିବାକୁ ଚାହାନ୍ତି ଭାଇଜାନ୍ ! ସମ୍ପୁର୍ଣ୍ଣ ଖବର ଜାଣିବା ପାଇଁ ପଢନ୍ତୁ ପୁରା ରିପୋର୍ଟ ।
/kanak/media/post_attachments/wp-content/uploads/2017/04/salman-khan-.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)