ଛାଡପତ୍ର ନେବେ ସୋହେଲ-ସୀମା । ଅରବାଜଙ୍କ ପରେ ସୋହେଲ । ସଲମାନଙ୍କ ପରିବାର ଦ୍ୱିତୀୟ ଡିଭୋର୍ସ ।

298

କନକ ବ୍ୟୁରୋ: ଛାଡପତ୍ର ନେବେ ସୋହେଲ ଖାନ । ସଲମାନ ଖାନଙ୍କ ସାନ ଭାଇ ସୋହେଲ ଓ ତାଙ୍କ ପତ୍ନୀ ସୀମା ଖାନ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ଦୁଇଜଣ ମୁମ୍ବାଇର ଫ୍ୟାମିଲି କୋର୍ଟରେ ନଜର ଆସିଛନ୍ତି । ସେମାନେ ଛାଡପତ୍ର ପାଇଁ ଆବେଦନ କରିଥିବା ସୂଚନା ମିଳିଛି ।

ଶୁକ୍ରବାର ଏମାନେ ଫ୍ୟାମିଲି କୋର୍ଟରେ ପହଞ୍ଚି ଛାଡପତ୍ର ଆବେଦନ କରିଛନ୍ତି । ଉଭୟ ପରସ୍ପରର ସହମତିରେ ଏହି ନିଷ୍ପତ୍ତି ନେଇଛନ୍ତି । ଅଲଗା ହେବା ପରେ ବି ସେମାନେ ବନ୍ଧୁ ଭାବେ ଆଗାମୀ ଦିନରେ ରହିବେ । ଦୁଇ ଜଣ କିଛି ବର୍ଷ ଧରି ଅଲଗା ରହିଆସୁଥିଲେ । ସେମାନଙ୍କ ନିକଟ ସମ୍ପର୍କୀୟ କହିଛନ୍ତି ସୋହେଲ ଓ ସୀମାଙ୍କ ଭିତରେ ସେଭଳି କୌଣସି ବିବାଦ ନାହିଁ । ସେମାନ ଅଲଗା ହୋଇ ନିଜ ଜୀବନକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି ।


ସୀମା ଖାନ ୧୯୯୮ରେ ସୋହେଲଙ୍କ ବିବାହ କରିଥିଲେ । ସୀମା ପେସାରେ ଜଣେ ଫ୍ୟାସନ ଡିଜାଇନର ଏବଂ ଷ୍ଟାଇଲିସ । ସୀମା ନିଜର ଗୋଟିଏ ସେଲୁନ ଖୋଲିଛନ୍ତି ଏହାର ନାଁ କଲିଷ୍ଟା । ଏହା ସହ ସୁଜେନ ଖାନ, ମହିପ କପୁରଙ୍କ ସହ ମିଶି ସେ ବାନ୍ଦ୍ରା ଅଞ୍ଚଳରେ ୧୯୦ଟି ବୁଟିକ କରିଛନ୍ତି ।


ସୋହେଲ ଓ ସୀମା ଙ୍କର ଦୁଇ ପୁଅ ୟୋହାନ ଓ ନିର୍ବାଣ ରହିଛନ୍ତି । ବିବାହର ୨୪ ବର୍ଷ ପରେ ସେମାନେ ପରସ୍ପର ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ୨୦୧୭ ପରେ ସୋହେଲ, ସୀମା ଅଲଗା ରହିଆସୁଥିଲେ । କେବଳ ଏତିକି ନୁହେଁ ଉଭୟ ନେଟଫ୍ଲିକ୍ସର ସୋ ‘ଦି ଫ୍ୟାବୁଲସ ଲାଇଫ ଅଫ ବଲିଉଡ ୱାଇଫସ’ରେ ଅଲଗା ଅଲଗା ରହୁଥିବା ଦେଖିବାକୁ ମିଳିଥିଲା । ଏହି ସୋ ପରେ ସ୍ପଷ୍ଟ ହୋଇଥିଲା ସେମାନ ଅଲଗା ରହୁଛନ୍ତି ।
ଏହି ସୋରେ ସୋହେଲଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ସୀମା ଅନେକ କଥା କହିଥିଲେ । ଆମେ ଆଗକୁ ବଢିବା ସହ ଆମ ସମ୍ପର୍କ ବି ଅଲଗା ଦିଗରେ ଗତି କରେ । ମୁଁ ଏହାକୁ ନେଇ ଦୁଃଖିତ ନୁହେଁ । ଆମେ ଖୁସି ଅଛୁ ଆମ ଦୁଇ ପୁଅ ଖୁସି ଅଛନ୍ତି । ଆମ ପାଇଁ ଆମ ଦୁଇ ପୁଅ ଜରୁରୀ । ଏହା ସଲମାନ ଖାନଙ୍କ ପରିବାରର ଦ୍ୱିତୀୟ ଛାଡପତ୍ର । ପୂର୍ବରୁ ଅରବାଜ ଓ ମଲାଇକା ମଧ୍ୟ ଛାଡପତ୍ର ନେଇସାରିଛନ୍ତି ।