ଅନ୍ତିମର ପ୍ରମୋସନ ପାଇଁ ଗାନ୍ଧୀ ଆଶ୍ରମ ପହଞ୍ଚିଲେ ସଲମାନ୍ ଖାନ୍ । ଅରଟରେ ସୂତା କାଟିବା ସମୟରେ ଫଟୋ ଭାଇରାଲ ।

141

କନକ ବ୍ୟୁରୋ: ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନଙ୍କ ଫିଲ୍ମ ଅନ୍ତିମ ଦ ଫାଇାଲ ଟ୍ରୁଥ୍ ରିଲିଜ୍ ହୋଇସାରିଛି । ସିନେମା ହଲରେ ଫିଲ୍ମକୁ ନେଇ ଦର୍ଶକଙ୍କ ମନରେ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା ଫିଲ୍ମ ବକ୍ସ ଅଫିସରେ ସେତେ ଭଲ ରୋଜଗାର କରିପାରିନଥିବା ସୂଚନା ରହିଛି ।

ଅନ୍ୟପଟେ ଅନ୍ତିମ ଫିଲ୍ମର ପ୍ରମୋଶନ ପାଇଁ ଏବେ ଲାଗିପଡିଛନ୍ତି ସଲମାନ ଖାନ । ସୋମବାର ସଲମାନ ଗୁଜରାଟରେ ନିଜର ଫିଲ୍ମର ପ୍ରମୋଶନ ଚଳାଇଥିବାବେଳେ, ସାବରମତୀ ଆଶ୍ରମରେ ପହଞ୍ଚିଥିଲେ । ଏହି ସମୟରେ ସଲମାନ ସାବରମତୀ ଆଶ୍ରମରେ କିଛି ସମୟ କାଟିବା ସହିତ ସେଠାରେ ସୁତା କାଟିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଯାହାର ଫଟୋ ଏବେ ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ହେଉଥିବା ଫଟୋରେ ବଲିଉଡ୍ ଭାଇଜାନ୍ ସଲମାନ୍ ଅରଟ ଧରି ସୂତା କାଟୁଥିବା ନଜର ଆସୁଛନ୍ତି । ଖାଲି ସେତିକି ନୁହେଁ, ଏହି ସମୟରେ ତାଙ୍କ ସହିତ କିଛି ଫ୍ୟାନ୍ସ ମଧ୍ୟ ନଜର ଆସିଛନ୍ତି । ତେବେ ସଲମାନ ଆଜି ତାଙ୍କ ବଡିଗାର୍ଡ ଶେରା ସହିତ ଗୁଜରାଟର ଗାନ୍ଧୀ ଆଶ୍ରମରେ ପହଞ୍ଚିଥିଲେ । ସଲମାନ ସେଠାରେ ପହଞ୍ଚିବା ପରେ ସେଠାରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।

ଏହା ପୂର୍ବରୁ ସଲମାନ ଖାନ୍ ବିଭିନ୍ନ ରିୟାଲିଟି ସୋରେ ମଧ୍ୟ ଅନ୍ତିମ ଫିଲ୍ମର ପ୍ରମୋସନ କରିସାରିଛନ୍ତି । ଏବେ ସେ ଦେଶର ବିଭିନ୍ନ ସହର ବୁଲି ଫିଲ୍ମର ପ୍ରମୋସନ କରୁଛନ୍ତି । ଅହମ୍ମଦାବାଦ ପରେ ସଲମାନ ହାଇଦ୍ରାବାଦ ମଧ୍ୟ ଯାଇପାରନ୍ତି ବୋଲି ସୂଚନା ମିଳୁଛି । ଅନ୍ୟପଟେ ଫିଲ୍ମ କଥା ଦେଖିବାକୁ ଗଲେ, ଗତ ଦୁଇ ଦିନ ଭିତରେ ଅନ୍ତିମ ବକ୍ସ ଅଫିସରେ ମାତ୍ର ୧୦ କୋଟି ଟଙ୍କା ରୋଜଗାର କରିପାରିଛି ।