ହକି ବିଶ୍ୱକପ ପାଇଁ ବଢୁଛି କ୍ରେଜ୍: ସେଲିବ୍ରେସନ ଉତ୍ସବରେ ସାମିଲ ହେବାକୁ ସିଲଭର ସିଟି ଆସିପାରନ୍ତି ସୁପରଷ୍ଟାର ସଲମାନ ଏବଂ ପ୍ରଭାସ

୨୮ରେ କଟକ ବାରବାଟୀରେ ହେବାର ଅଛି ଉତ୍ସବ

834

କନକ ବ୍ୟୁରୋ: ହକି ବିଶ୍ୱକପର ସେଲିବ୍ରେସନରେ କଟକରେ ହେଉଥିବା ଉତ୍ସବରେ ବଲିଉଡ ଦବଙ୍ଗ ସଲମାନ୍ ଖାନ୍ ଯୋଗଦେବେ ବୋଲି ଚର୍ଚ୍ଚା ଜୋର ଧରିଛି । ବାରବାଟୀରେ ଏ.ଆର ରେହମାନ ସଙ୍ଗୀତ ପରିବେଷଣ କରିବାକୁ ଥିବା ବେଳେ ସଲମାନ୍ ଏଥିରେ ଯୋଗ ଦେବେ ବୋଲି ଜଣାପଡିଛି । ତେବେ ସଲମାନ୍ ଅତିଥି ଭାବେ ଆସିବେ ନା କାର୍ଯ୍ୟକ୍ରମ ପରିବେଷଣ କରିବେ ସେ ନେଇ କିଛି ଜଣାପଡିନାହିଁ । ଏହି କାର୍ଯ୍ୟକ୍ରମରେ ତେଲୁଗୁ ସୁପରଷ୍ଟାର ପ୍ରଭାସ ବି ଯେଗଦେବାର କାର୍ଯ୍ୟକ୍ରମ ରହିଛି । ହକି ବିଶ୍ୱକପର ଉଦଘାଟନୀ ଉତ୍ସବରେ ଶାହରୁଖ ଖାନ୍, ମାଧୁରୀ ଦୀକ୍ଷିତ, ଏଆର ରେହମାନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ତେବେ ସଲମାନ୍ ଅତିଥି ଭାବେ ଆସିବେ ନା କାର୍ଯ୍ୟକ୍ରମ ପରିବେଷଣ କରିବେ ସେ ନେଇ କିଛି ଜଣାପଡିନାହିଁ । ଏହି କାର୍ଯ୍ୟକ୍ରମରେ ତେଲୁଗୁ ସୁପରଷ୍ଟାର ପ୍ରଭାସ ବି ଯେଗଦେବାର କାର୍ଯ୍ୟକ୍ରମ ରହିଛି । ହକି ବିଶ୍ୱକପର ଉଦଘାଟନୀ ଉତ୍ସବରେ ଶାହରୁଖ ଖାନ୍, ମାଧୁରୀ ଦୀକ୍ଷିତ, ଏଆର ରେହମାନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଉଲ୍ଲେଖ ଥାଉ କି, ଆସନ୍ତାକାଲି କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବାକୁ ଥିବାବେଳେ ୨୮ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ବି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହେବ । ଏଥିପାଇଁ ଉଭୟ ଷ୍ଟାଡିୟମରେ ଯେତିକି ପ୍ରସ୍ତୁତ ହୋଇଛି, ବଧୂ ବେଶରେ ସଜେଇ ହୋଇଥିବା ଉଭୟ ରାଜଧାନୀ ଭୁବନେଶ୍ବର ଏବଂ କଟକର ବାରବାଟୀ ଷ୍ଟାଡିୟନର ନିକଟବର୍ତ୍ତି ଅଂଚଳ ମଧ୍ୟ ସେତିକି ଝଲସୁଛି। ଚାରିଆଡ଼େ ଆନନ୍ଦ ଓ ଉତ୍ସାହ। କେବଳ ରାଜଧାନୀ କି କଟକ ନୁହେଁ, ସାରା ଓଡ଼ିଶା ହକି ପ୍ରେମରେ ପାଗଳ।

ଉଦଘାଟନ ପାଇଁ ପ୍ରଥମେ ୨୭ ତାରିଖ ସଂଧ୍ୟାରେ କଳିଙ୍ଗ ଷ୍ଟାଡିୟମର ମୁଖ୍ୟ ପଡ଼ିଆରେ ଅନୁଷ୍ଠିତ ହେବାକୁ ଯାଉଥିବା ମନୋଜ୍ଞ ଉଦଘାଟନୀ ଉତ୍ସବକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ, ଉଦ୍ଦୀପନା ଏବଂ ଉତ୍କଣ୍ଠା। ଶାହରୁଖ ଖାନ, ମାଧୁରୀ ଦୀକ୍ଷିତ, ଏଆର ରହେମାନଙ୍କ ସହିତ ବହୁ ସ୍ଥାନୀୟ, ଜାତୀୟ, ଅନ୍ତର୍ଜାତୀୟ କଳାକାରଙ୍କ ଘମାଘୋଟ ସାଂସ୍କୃତିକ କାର‌୍ୟ୍ୟକ୍ରମ ରହିଛି । ସେହିପରି କଳିଙ୍ଗ ଷ୍ଟାଡିୟମ ଭଳି କଟକ ବାରବାଟୀ ଷ୍ଟାଡିୟମରେ ବି ୨୮ ତାରିଖରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ମଧ୍ୟ ବଲିଉଡ୍ ସୁପରଷ୍ଟାର ତଥା ଦବଙ୍ଗ ଖାନ୍ ସଲମାନ ଖାନ୍ ଯୋଗଦେବା ନେଇ ଚର୍ଚ୍ଚା ହେଉଛି। ଖାଲି ସଲମାନ ନୁହଁନ୍ତି ତେଲୁଗୁ ସୁପରଷ୍ଟାର୍ ତଥା ବାହୁବଳୀ ପ୍ରଭାସ ବି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।