ପୁଣି କାହା ପ୍ରେମରେ ପଡିଲେ କି ଦବଙ୍ଗ ଖାନ୍? କିଏ ସେହି ଅଭିନେତ୍ରୀ?

241

କନକ ବ୍ୟୁରୋ: ପ୍ରେମ ବ୍ୟାପରରେ ଦବଙ୍ଗ ଖାନ୍ ସଲମାନଙ୍କ କଥା ସବୁଠୁ ଭିନ୍ନ । କାରଣ ସେ ଅନେକ ସମୟରେ ଅନେକ ଅଭିନେତ୍ରୀ ଓ ମଡେଲଙ୍କ ସହ ଘନିଷ୍ଠ ସମ୍ପର୍କରେ ଥିବା ଦେଖାଯାଇଥିଲେ ବି କାହାକୁ ଜୀବନସାଥୀ ଭାବେ ଗ୍ରହଣ କରିବାକୁ କିନ୍ତୁ ନାରାଜ । ଏହା ପୂର୍ବରୁ କ୍ୟାଟ୍ରିନା ଓ ତାଙ୍କ ପରେ ଜଣେ ବିଦେଶୀ ମଡେଲଙ୍କ ପ୍ରେମରେ ପଡିଥିବାବେଳେ ଏବେ ଆଉ ଜଣେ ଅଭିନେତ୍ରୀଙ୍କ ପ୍ରେମରେ ପଡିଥିବା ଚର୍ଚ୍ଚା ହେଉଛି । ତେବେ କିଏ ଏହି ଅଭିନେତ୍ରୀ ?

ସଲମାନ ନିଜକୁ ସବୁବେଳେ ସିଙ୍ଗଲ କହୁଥିଲେ ବି ଏବେ ଆଉ ଜଣେ ହଲିଉଡ ଅଭିନେତ୍ରୀଙ୍କ ସହ ଅନେକ ସ୍ଥାନରେ ଦେଖିବାକୁ ମିଳୁଛନ୍ତି । ଏହି ଅଭିନେତ୍ରୀ ଜଣକ ହେଲେ ସାମନ୍ଥା ଲକଉଡ୍ । ଏହାକୁ ନେଇ ବଲିଉଡରେ ଚର୍ଚ୍ଚା ଜୋର ଧରିଥିଲେ ବି ଏହାକୁ ପ୍ରତ୍ୟାକ୍ଷାନ କରିଛନ୍ତି ସାମନ୍ଥା । ସେ କହିଛନ୍ତି ଯେ, ଏହାସହ ଯେ ସେ ଏକାଧିକ ଥର ସଲମାନଙ୍କୁ ଭେଟିଛନ୍ତି କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେ ଦୁଇଜଣ ସମ୍ପର୍କରେ ଅଛନ୍ତି । ସେ କେବଳ ସଲମାନଙ୍କୁ ଭେଟିନାହାଁନ୍ତି ବରଂ ହ୍ରିତିକ୍ ରୋସନଙ୍କୁ ମଧ୍ୟ ଭେଟିଛନ୍ତି । କାହିଁ ତାଙ୍କ ବିଷୟରେ ତ ଲୋକେ କିଛି କହୁନାହାଁନ୍ତି । ହେଲେ ସଲମାନଙ୍କ ପରି ଏତେ ଭଲ ବ୍ୟକ୍ତିତ୍ୱଙ୍କ ବିଷୟରେ ଲୋକେ ଏପରି କାହିଁକି କହୁଛନ୍ତି ବୋଲି ସାମନ୍ଥା ପ୍ରଶ୍ନ କରିଛନ୍ତି । ତାଙ୍କ କହିବା କଥା ସଲମାନଙ୍କର ଅଭିନୀତ ଫିଲ୍ମ ‘ ସୁଲତାନ’ ତାଙ୍କର ଭାରି ପ୍ରିୟ ।ଏହା ଦେଖିବା ପରେ ସେ ଭାରତ ଆସି ସଲମାନଙ୍କୁ ଭେଟିଥିଲେ । ତାଙ୍କ ଜନ୍ମଦିନରେ ତାଙ୍କ ଫାର୍ମହାଉସରେ ମଧ୍ୟ ଉପସ୍ଥିତ ଥିଲେ ସାମନ୍ଥା । ହେଲେ ଏହାକୁ ନେଇ ୟୁଜର୍ସ ଅଯଥା ଗୁଜବ ସୃଷ୍ଟି କରୁଛନ୍ତି ବୋଲି ସାମନ୍ଥା ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି ।