କନକ ବ୍ୟୁରୋ : କଟକ ବାରବାଟୀରେ ନବୀନ ଓ ସଲମାନଙ୍କ ବିରଳ ଦୃଶ୍ୟ । ହକି ବିଶ୍ୱକପର ସେଲିବ୍ରେସନ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବଲିଉଡ ଦବଙ୍ଗ ଖାନ କୁଣ୍ଢାଇ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଫଟୋରେ ଉଭୟ ସଲମାନ ଓ ନବୀନ ବେଶ ଉତ୍ସାହିତ ଥିବା ନଜରକୁ ଆସିଛି ।

Advertisment

publive-imageଏହି ଉତ୍ସବରେ ସଲମାନଙ୍କ ଓଡିଆ ପ୍ରେମ ମଧ୍ୟ ଦେଖିବାକୁ ମିଳିଛି । ଓଡିଆରେ କେମିତି ଅଛ ଓ ମୁଁ ତୁମକୁ ଭଲପାଏ ବୋଲି କହି ଦର୍ଶକଙ୍କ ମନ ଜିଣିଥିଲେ ଭାଇଜାନ । ଏହାସହ ନବୀନଙ୍କ କୋହ୍ଲାପୁରୀ ଚପଲକୁ ନେଇ ମଧ୍ୟ ବେଶ ପ୍ରଂଶସା କରିଥିଲେ ସଲମାନ ।

publive-imageଭାଇଜାନଙ୍କ ପସନ୍ଦ କଟକ ଦହିବରା । ଏକଥା ଆମେ କହୁନୁ ବରଂ ବାରାବାଟୀ ଷ୍ଟାଡିୟମରେ ୩୫ ହଜାର ଲୋକଙ୍କ ସାମ୍ନାରେ ନିଜେ କହିଛନ୍ତି ସଲମାନ ଖାନ୍ । ହକି ବିଶ୍ୱକପ ସେଲିବ୍ରେସନରେ ଯୋଗ ଦେବାକୁ ଆସିଥିବା ସଲମାନ କଟକ ଦହିବରା ଆଳୁଦମ ଖାଇବା କଥା କହିଛନ୍ତି । କଟକ ପ୍ରସିଦ୍ଧ ଦହିବରା କାହାକୁ ବା ପସନ୍ଦ ନୁହେଁ । ଗରମ ଗରମ ଆଳୁଦମକୁ ଦହିବରାର ମଜା ଯିଏ ଖାଇଛି ସିଏ ଜାଣିଛି । ଆଉ ସେହି କଟକ ପ୍ରସିଦ୍ଧ ଦହିବରାର ସ୍ୱାଦ ଚାଖିବାକୁ ଚାହିଁଛନ୍ତି ଦବଙ୍ଗ ଖାନ । ଆଉ ଦହିବରା ଖାଇବା କଥା କହିବା ସହ କଟକବାସୀଙ୍କୁ ବେଶ ପ୍ରଂଶସା କରିଛନ୍ତି ସଲମାନ  ।

ହକି ବିଶ୍ୱକପର ସେଲିବ୍ରେସନରେ ଯୋଗ ଦେବାକୁ ଆସିଥିବା ସଲମାନ ବାରବାଟୀରେ ପହଞ୍ଚିବା ପରେ କରତାଳିରେ ଫାଟି ପଡିଥିଲା ପୂରା ଷ୍ଟାଡିୟମ । ଏତ ସଂଖ୍ୟକ ପ୍ରଂଶସକଙ୍କୁ ଦେଖି ସଲମାନ ମଧ୍ୟ ଉତ୍ସାହିତ ହୋଇପଡିଥିଲେ । ନିଜ ଅଭିଭାଷଣରେ ତାଙ୍କୁ ସମ୍ବର୍ଦ୍ଧିତ କରିଥିବାରୁ ଧନ୍ୟବାଦ ଜଣାଇଥିଲେ ସଲମାନ । ଏପରିକି ବିମାନବନ୍ଦରରୁ କଟକ ବାରବାଟୀ ଷ୍ଟାଡିୟମ ମଧ୍ୟରେ ତାଙ୍କୁ ଯେଉଁଭଳି ସ୍ୱାଗତ କରାଗଲା ସେଥିପାଇଁ ଧନ୍ୟବାଦ ଜଣାଇଛନ୍ତି ବଲିଉଡ ଟାଇଗର ।

ଏହାଛଡା ନିଜ ଅଭିଭାଷଣରେ କଟକର ଭାଇଚାରା ପରମ୍ପରାକୁ ବେଶ ପ୍ରଂଶସା କରିଛନ୍ତି ସଲମାନ । ଏଭଳି ଭାଇଚାରା ସବୁଠି ରହିବା ଦରକାର ବୋଲି ସଲମାନ କହିଛନ୍ତି । ଏହାଛଡା ହକି ବିଶ୍ୱକପ ଆୟୋଜନ କରୁଥିବାରୁ ଓଡିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ବଲିଉଡ ଟାଇଗର । ଏହାସହ କଟକର ପ୍ରସିଦ୍ଧ ଦହିବରା ଆଳୁଦମ ଖାଇବା କଥା ମଧ୍ୟ କହିଛନ୍ତି ସଲମାନ ।