କନକ ବ୍ୟୁରୋ : ଏନସିପି ନେତା ତଥା ରାଜ୍ୟସଭା ସାଂସଦ ପ୍ରଫୁଲ୍ଲ ପଟେଲଙ୍କ ପୁଅ ଜୟପୁରରେ ବିବାହ କରିଛନ୍ତି। ଏହି ବିବାହ ଉତ୍ସବରେ ଅନେକ ବଲିଉଡ ଷ୍ଟାରଙ୍କ ସହ ଶିଳ୍ପପତିମାନେ ଯୋଗ ଦେଇଛନ୍ତି । ତେବେ ଏହି ଉତ୍ସବରେ ଦବଙ୍ଗ ଷ୍ଟାର ସଲମାନ ଖାନ ‘ଜୁମ୍ମେ କି ରାତ’ ଗୀତରେ ନାଚୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଅନିଲ କପୁର ଏବଂ ଶିଳ୍ପା ଶେଟ୍ଟୀ ମଧ୍ୟ ନାଚୁଥିବାର ନଜର ଆସିଛନ୍ତି। ଏହି ବିବାହ ଉତ୍ସବରେ ଯୋଗଦେବା ପାଇଁ ଫ୍ୟାଶନ୍ ଡିଜାଇନର୍ ମନୀଷ ମଲହୋତ୍ରା ମଧ୍ୟ ପହଞ୍ଚିଥିଲେ ।

Advertisment

ବିବାହରୁ ଫେରିବା ପରେ ସଲମାନ ଖାନ ‘ଟାଇଗର-୩’ ‘ପାଇଁ ସୁଟିଂ ଆରମ୍ଭ କରିବେ। ସୂଚନା ମୁତାବକ ଏହି ବିବାହ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପପତି ସଜ୍ଜନ ଜିନ୍ଦଲ, ଗୌତମ ଅଦାନୀ, ଅନିଲ ଅମ୍ବାନୀ, ସୁନୀଲ ଭାରତୀ ପ୍ରମୁଖ ଯୋଗ ଦେଇଥିଲେ ।

ସେହିପରି ହିନ୍ଦୁଜା ଗ୍ରୁପ ମୁଖ୍ୟ ଶ୍ରୀଚନ୍ଦ ହିନ୍ଦୁଜା, ଶିବସେନା ପ୍ରମୁଖ ସଞ୍ଜୟ ରାଓତ, ବେଦାନ୍ତ କମ୍ପାନୀର ପ୍ରତିଷ୍ଠାତା ଅନିଲ ଅଗ୍ରୱାଲ, ପୂର୍ବତନ କୋଚ ରବି ଶାସ୍ତ୍ରୀ ପ୍ରମୁଖ ଯୋଗ ଦେଇଥିଲେ ।