କନକ ବ୍ୟୁରୋ: ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କ ଜୀବନ ପ୍ରତି ରହିଛି କି ବିପଦ ? ବାରମ୍ବାର ହତ୍ୟା ଧମକ ମିଳିବା ପରେ, ନିଜ ସୁରକ୍ଷା ପାଇଁ ଏବେ ପାଖରେ ଅସ୍ତ୍ର ରଖିବାକୁ ଚାହୁଁଛନ୍ତି ସଲମାନ । ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଅସ୍ତ୍ର ଲାଇସେନ୍ସ ପାଇଁ ସେ ମୁମ୍ବାଇ ପୁଲିସରେ ଆବେଦନ କରିଛନ୍ତି ।

Advertisment

ମୁମ୍ବାଇ ପୁଲିସ କମିଶନର ବିବେକ ଫନସଲକରଙ୍କୁ ଭେଟି, ତାଙ୍କୁ ନିକଟରେ ମିଳିଥିବା ହତ୍ୟା ଧମକ ସଂକ୍ରାନ୍ତରେ ଅବଗତ କରିଥିଲେ ସଲମାନ । ବ୍ୟକ୍ତିଗତ ସୁରକ୍ଷା ପାଇଁ ସଲମାନ ଅସ୍ତ୍ର ଲାଇସେନ୍ସ ପାଇଁ ଅନୁରୋଧ କରିଛନ୍ତି । ଗତ ମାସରେ ସଲମାନ ଓ ତାଙ୍କ ବାପାଙ୍କୁ ହତ୍ୟା ଧମକ ମିଳିଥିଲା । ତେବେ କୃଷ୍ଣସାର ମୃଗ ଶିକାର ମାମଲା ପରଠାରୁ ସଲମାନଙ୍କ ବନ୍ଧୁକ ଲାଇସେନ୍ସ ବାତିଲ କରାଯାଇଥିଲା ।