କନକ ବ୍ୟୁରୋ: ବଲିଉଡର ଦବଙ୍ଗ ଖାନ୍ ସଲମାନ୍ ତାଙ୍କ ଜନ୍ମଦିନ ଅବସରରେ ‘ନୋ-ଏଣ୍ଟ୍ରି’ ଫିଲ୍ମର ସିକ୍ୱେଲ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି । ଖୁବ ଶିଘ୍ର ଏହି କମେଡି ଫିଲ୍ମର ସୁଟିଂ ଆରମ୍ଭ କରାଯିବ । ଏହି ଫିଲ୍ମର ନାଁ ରହିଛି ‘ ନୋ ଏଣ୍ଟି ମେଁ ଏଣ୍ଟ୍ରି’ ।ଏଥିରେ ସଲମାନଙ୍କ ନାୟିକା ହେବେ ଡେଜି ଶାହା ।

Advertisment

ଏହାପୂର୍ବରୁ ସଲମାନଙ୍କ ସହ ଫିଲ୍ମ ‘ଜୟ ହୋ’ ଓ ରେସ୍-୩’ରେ ନଜର ଆସିଥିଲେ ଡେଜି । ଏଥର ନୋ ଏଣ୍ଟ୍ରି ଫିଲ୍ମରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିବ । ଏଥର ଡବଲ ରୋଲରେ ନୁହେଁ ସଲମାନଙ୍କୁ ଟ୍ରିପଲ ରୋଲରେ ଦେଖିବାକୁ ମିଳିବ । କେବଳ ସଲମାନ ନୁହଁନ୍ତି ଅଭିନେତା ଅନିଲ କପୁର ଓ ଫରଦୀନ ଖାନ୍ ମଧ୍ୟ ଟ୍ରିପଲ ରୋଲରେ ଦେଖିବାକୁ ମିଳିବ । ଏହି ୯ଜଣ ନାୟକଙ୍କ ପାଇଁ ୯ଜଣ ଅଭିନେତ୍ରୀ କାମ କରିବେ । ଏମାନଙ୍କ ପାଇଁ ଏଯାଏଁ ୪ଜଣ ଅଭିନେତ୍ରୀଙ୍କୁ ଫାଇନାଲ କରାଯାଇଛି । ଫିଲ୍ମ ପାଇଁ ଷ୍ଟୋରୀ ଫାଇନାଲ ହୋଇଯାଇଛି । ତେବେ ନାୟିକା ଭୂମିକା ପାଇଁ ଡେଜି ଶାହାଙ୍କ ସହ ବିପାଶା ବାସୁ, ସେଲିନା ଜେଟଲି ଓ ଲାରା ଦତ୍ତାଙ୍କୁ ବଛାଯାଇଛି ।