କନକ ବ୍ୟୁରୋ : ସମ୍ମାନଜନକ ସାଲେପୁର ଆସନ ପାଇଁ ଆରମ୍ଭ ହୋଇଛି ଭୋଟଗ୍ରହଣ । ୫ ବର୍ଷ ପାଇଁ ନେତା ବାଛିବାକୁ ଜନତାଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳୁଥିବା ବେଳେ ଇଭିଏମ ତ୍ରୁଟି ପାଇଁ ଲମ୍ବା ଲାଇନରେ ଛିଡା ହୋଇ ରହିଛନ୍ତି ଭୋଟର । କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ଅଧିନରେ ଥିବା ଏହି ଆସନଟି ସାଲେପୁର ବ୍ଳକ୍ ଏବଂ ଟାଙ୍ଗୀ-ଚୌଦ୍ୱାର ବ୍ଳକର ୧୧ଟି ପଂଚାୟତକୁ ନେଇ ଗଠିତ । ୧୯୫୧ରେ ଗଠିତ ହୋଇଥିବା ଏହି ନିର୍ବାଚନମଣ୍ଡଳୀରେ କାଳନ୍ଦୀ ଚରଣ ବେହେରା ସର୍ବାଧିକ ୪ ଥର ବିଧାୟକ ହୋଇଛନ୍ତି । ତେବେ ୨୦୧୯ରେ ଭୋଟରଙ୍କ ଭରସା କିଏ ଜିତିବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।

Advertisment

୨୦୧୯ର ଲଢେଇ
ବିଜେଡି: ପ୍ରଶାନ୍ତ ବେହେରା
କଂଗ୍ରେସ: ରବିନ୍ଦ୍ର ନାଥ କର
ବିଜେପି: ପ୍ରକାଶ ବେହେରା

ବିଜେଡି : ପ୍ରଶାନ୍ତ ବେହେରା
- ୨୦୧୪ରେ ପରାଜିତ
- ପୂର୍ବତନ କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷ
- ଟାଙ୍ଗୀ-ଚୋ÷÷ଦ୍ୱାରର ପୂର୍ବତନ ବିଧାୟକ ଧର୍ମାନନ୍ଦ ବେହେରାଙ୍କ ପୁଅ

କଂଗ୍ରେସ: ରବିନ୍ଦ୍ର ନାଥ କର
- କଂଗ୍ରେସର ନୂଆ ଚେହେରା
- ପୂର୍ବତନ ସାଲେପୁର ବ୍ଳକ୍ ଅଧ୍ୟକ୍ଷ
- ଯୁବ ସଂଗଠକ

ବିଜେପି : ପ୍ରକାଶ ବେହେରା
- ୨୦୧୪ରେ କଂଗ୍ରେସ ବିଧାୟକ
- ପୂର୍ବରୁ ୩ଥର ପରାଜିତ
- ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ

୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୯ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୧୧ ହଜାର ୩୭୯
- ମତ ଦେଇଥିଲେ – ୧ ଲକ୍ଷ ୬୮ ହଜାର ୨୪୭
- ଭୋଟଦାନ ହାର – ୭୯.୫୯%

୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ପ୍ରଶାନ୍ତ ବେହେରା ବିଜେଡି ୭୬,୨୨୬ ୪୫.୩୧% ପରାସ୍ତ
ପ୍ରକାଶ ଚନ୍ଦ୍ର ବେହେରା କଂଗ୍ରେସ ୭୮,୩୪୩ ୪୬.୫୬% ବିଜୟୀ
ଚୌଧୁରୀ ହେମନ୍ତ କୁମାରସାହୁ ବିଜେପି ୭,୭୧୨ ୪.୫୮% ପରାସ୍ତ

କିଏ ମାରିଥିଲା ବାଜି?
- କଂଗ୍ରେସର ପ୍ରକାଶ ଚନ୍ଦ୍ର ବେହେରା ନିର୍ବାଚନ ଜିତିଥିଲେ
- ୭୮ ହଜାର ୩୪୩ ଖଣ୍ଡ ଭୋଟ ପାଇଥିଲେ କଂଗ୍ରେସ ପ୍ରାର୍ଥୀ
- ବିଜେଡ଼ି ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କୁ ପରାସ୍ତ କରିଥିଲେ
- ୨ ହଜାର ୧୧୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୭ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ