ରାସ୍ତା ସାଜିଲା ହସ୍ପିଟାଲ ବେଡ୍, ଖୋଲା ଆକାଶ ତଳେ ଚାଲିଲା ଚିକିତ୍ସା । ଗଛରେ ଝୁଲିଲା ସାଲାଇନ

423

କନକ ବ୍ୟୁରୋ : ଖୋଲା ଆକାଶ ତଳେ ଚାଲିଛି ଚିକିତ୍ସା । ରାସ୍ତା ସାଜିଲା ହସ୍ପିଟାଲ ବେଡ । ଜଣେ କି ଦୁଇ ଜଣ ନୁହେଁ ପ୍ରାୟ ୩ଶହରୁ ଅଧିକ ଲୋକଙ୍କୁ ରାସ୍ତା ଉପରେ ଚିକିତ୍ସା କରାଯାଇଛି । ଏପରିକି ଉପଯୁକ୍ତ ଚିକିତ୍ସା ଉପକରଣ ନମିଳିବା କାରଣରୁ ଗଛ ଓ ଦୌଡି ସାହାର୍ଯ୍ୟରେ ସାଲାଇନ ଟଙ୍ଗା ଯାଇ ଅସୁସ୍ଥଙ୍କ ଚିକତ୍ସା କରାଯାଇଛି । ଘଟଣା ମହାରାଷ୍ଟ୍ରର । ମଙ୍ଗଳବାର ରାତିରେ ମନ୍ଦିର ଭୋଗ ଖାଇ ଶହ ଶହ ଲୋକ ଅସୁସ୍ଥ ହୋଇପଡିଥିଲେ । ସ୍ଥିିତି ଏଭଳି ହୋଇଥିଲା କି ଡାକ୍ତରଖାନରେ ବେଡର ଅଭାବ ପଡିବା ଯୋଗୁଁ ରାସ୍ତାରେ ଅସୁସ୍ଥଙ୍କ ଚିକତ୍ସା କରିବାକୁ ପଡିଥିଲା । ଭୋଗ ଖାଇବା ପରେ ବାନ୍ତି ଓ ମୁଣ୍ଡବୁଲାଇବା ଅନେକ ଲୋକ ଅସୁସ୍ଥ ହୋଇପଡିଥିଲେ । ତେବେ ଅସୁସ୍ଥଙ୍କ ମଧ୍ୟରେ ୩୦ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।