କନକ ବ୍ୟୁରୋ: ଓଡିଶାରେ ଦିନକୁ ଦିନ ଜେଲରେ ଅନ୍ତେବାସୀଙ୍କ ଆତ୍ମହତ୍ୟା ବଢିବାରେ ଲାଗିଛି । ଗତ ଦଶ ବର୍ଷରେ କେବଳ ଓଡିଶାରେ ୫୦୦ରୁ ଉଦ୍ଧ୍ୱର୍ ଅନ୍ତେବାସୀ ଜେଲ ଭିତରେ ନିଜ ଜୀବନ ହାରିଛନ୍ତି । ଅନ୍ତେବାସୀଙ୍କ ଆତ୍ମହତ୍ୟାର ପ୍ରମୁଖ କାରଣ ପାଲଟିଛି ମାନସିକ ବିଷାଦ ।

Advertisment

ଦିନ ହେଉ ଅବା ରାତି । ଘର ହେଉ ଅବା ବାହାରେ । ଉଠିବାଠାରୁ ଶୋଇବା ଯାଏଁ କେବଳ ଫୁଟବଲ କଥା ହିଁ ଭାବୁଥାନ୍ତି ସିଏ । ଆମେ କହୁଛୁଁ ସାଲିଆ ସାହିର ସୁଲେଖାଙ୍କ କଥା । ଫୁଟବଲ ପ୍ରତି ଥିବା ତାଙ୍କର ନିଷ୍ଠା ଦେଇଛି ନୂଆ ସୁଯୋଗ । ବସ୍ତିରୁ ବିଦେଶ ଯିବେ ସୁଲେଖା । ସ୍ପେନରେ ଥିବା ଏସସିଏଫ ରସ୍ ଫୁଟବଲ ଏକାଡେମୀରେ ନେବେ ପ୍ରଶିକ୍ଷଣ । ଏହା ସବ ଶିଲା ଫୁଟବଲ କ୍ଲବ ପାଇଁ ଟ୍ରାଏଲ ମଧ୍ୟ ଦେବେ । ୧୫ ବର୍ଷର ସୁଲେଖା ଜଣେ ଦିନ ମଜୁରିଆଙ୍କ ଝିଅ । ସାଲିଆ ସାହିରେ ଗୋଟିଏ ଭଡା ଘରେ ବାପା ମାଙ୍କ ସହ ରହୁଛନ୍ତି ।

ସୁଲେଖାଙ୍କ ସହ ଶ୍ରୀଜଲ ବି ସ୍ପେନ ଯିବାର ସୁଯୋଗ ପାଇଛନ୍ତି । ଭୁବନେଶ୍ୱର ଆର୍ଡର୍ ଫୁଟବଲ ଏକାଡେମୀ ଏବଂ ଓଡିଏମ ଗ୍ଲୋବାଲ ସ୍କୁଲ ସହ ସ୍ପେନର ମ୍ୟାକ୍ସ ସ୍ପୋର୍ଟସ ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱରରେ ଟ୍ୟାଲେଂଟ ସ୍କାଉଟିଙ୍ଗ ଆୟୋଜନ ହୋଇଥିଲା । ରାଜ୍ୟର ୧୮୦ ଜଣ ଫୁଟବଲ ପ୍ରତିଭା ଏହି ଶିବିରରେ ଯୋଗ ଦେଇଥିଲେ । କିନ୍ତୁ ସଭିଙ୍କୁ ପଛରେ ପକାଇ ସୁଲେଖା ଓ ଶ୍ରୀଜଲ ଯିବେ ସ୍ପେନ ।

ସୁଲେଖାଙ୍କ ଭଳି ପାଠ ପଢାରେ ଡୋରି ବାନ୍ଧି ଦେଇଥିବା ଅନେକ ବସ୍ତି ପିଲାଙ୍କୁ ନୂଆ ପରଚିୟ ଦେଇଛନ୍ତି କୋଚ ଜୟଦେବ ମହାପାତ୍ର । ଏହି ଖେଳାଳୀଙ୍କୁ ଦେଖିଲେ ଅନୁଭବ ହେଉଛି ବସ୍ତିର ପିଲାଙ୍କୁ ସୁଯୋଗ ମିଳିଲେ କେବଳ ଜାତୀୟ ନୁହଁ ଅନ୍ତର୍ଜାତୀୟ ସ୍ତରରେ ବି ଭାରତରେ ଟେକ ରଖିପାରିବେ ଏଭଳି ପ୍ରତିଭା ।