କନକ ବ୍ୟୁରୋ: ପଦ୍ମ ପୋଖରୀରେ ବୁଡ଼ ମାରିଲେ ପୂର୍ବତନ ସାଲେପୁର କଂଗ୍ରେସ ବିଧାୟକ ପ୍ରକାଶ ବେହେରା । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ପ୍ରକାଶ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ସାଲେପୁରର ଟାଣୁଆ ନେତା ପ୍ରକାଶ ବେହେରା ।
ନିର୍ବାଚନ ତାରିଖ ଯେତେ ପାଖଉଛି ରାଜନନୈତିକ ଦୃଶ୍ୟପଟ୍ଟ ବଦଳିବାରେ ଲାଗିଛି । ବିଶେଷ କରି ଦଳଡ଼ିଆଁ ପର୍ବ ଏବେ ଶାସକ ବିରୋଧୀ ଦଳମାନଙ୍କରେ ଖୁବ୍ ଜୋରସୋରରେ ଲାଗି ରହିଛି । ଗତକାଲି ୨୦ ବର୍ଷ ଧରି ରହିଥିବା କଂଗ୍ରେସ ଦଳ ସହ ସମ୍ପର୍କକୁ ଛିନ୍ନ କରି ‘ହାତ’ରୁ ଇସ୍ତଫା ଦେଇଥିଲେ ପ୍ରକାଶ । ତେବେ ଆଗାମୀ ନିର୍ବାଚନରେ ସାଲେପୁରରୁ ବିଜେପି ପ୍ରାର୍ଥୀ ଭାବେ ଟିକେଟ୍ ପାଇବା ଆଶାରେ ଦଳ ବଦଳାଇଛନ୍ତି ପ୍ରକାଶ ବୋଲି ଚର୍ଚ୍ଚା ଜୋର ଧରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/Prakash-Behera.jpg)