ନୀଳଗିରି ବିଧାୟକ ସୁକାନ୍ତଙ୍କ ପରେ ଆଉ ଜଣେ ବିଧାୟକ କରୋନା ଆକ୍ରାନ୍ତ: ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ସଂକ୍ରମିତ ହୋଇଥିବା ସୂଚନା

ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଭର୍ତି କରାଯାଇଥିବା ସୂଚନା

801

କନକ ବ୍ୟୁରୋ: ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ପରେ ରାଜ୍ୟର ଆଉ ଜଣେ ବିଧାୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୂଚନା ଅନୁଯାୟୀ ସାଲେପୁର ବିଧାୟକ, ପ୍ରଶାନ୍ତ ବେହେରା କରୋନା ଆକ୍ରାନ୍ତ ହୋଇଛନ୍ତି । ଚିହ୍ନଟ ହେବା ପରେ ତାଙ୍କୁ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଭର୍ତି କରାଯାଇଛି । ତେବେ ଏନେଇ ସରକାରୀ ଭାବେ କୌଣସି ସୂଚନା ଦିଆଯାଇନାହିଁ । ପ୍ରଶାନ୍ତ ଷ୍ଟାଣ୍ଡିଂ କମିଟି ବୈଠକରେ ଯୋଗ ଦେଇଥିଲେ । ସୁକାନ୍ତ ୬ତାରିଖରେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ସେ ଗତ ୨ ତାରିଖରେ ହୋଇଥିବା ଷ୍ଟାଣ୍ଡିଂ କମିଟି ବୈଠକରେ ଯୋଗ ଦେଇଥିଲେ । ତାଙ୍କୁ ବାଲେଶ୍ୱର ଜ୍ୟୋତି କୋଭିଡ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି । ଏହି ବୈଠକରେ ପ୍ରାୟ ୮ଜଣ ବିଧାୟକ ଯୋଗ ଦେଇଥିବା ସୂଚନା ମିଳିଛି ।

ଏପଟେ, ରାଜ୍ୟରେ ପ୍ରଥମଥର ପାଇଁ ଜଣେ ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ନୀଳଗିରି ବିଧାୟକ ସୁକାନ୍ତ ନାୟକ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି । ଏହାପରେ କରୋନା ସଂକ୍ରମଣ ନେଇ ସୁକାନ୍ତ ନାୟକ ଗତକାଲି କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇଛନ୍ତି । ସେ କହିôଛନ୍ତି, ତାଙ୍କ ଠାରେ ଭୂତାଣୁର କୌଣସି ଲକ୍ଷଣ ନଥିଲା । ନିଜେ ସ୍ୱତଃପ୍ରବୃତ ଭାବେ ଯାଇ ସେ ଟେଷ୍ଟ କରିଛନ୍ତି । ତେବେ କରୋନାରେ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି ସୁକାନ୍ତ । ଏହି ରୋଗରେ ସମସ୍ତେ ସୁସ୍ଥ ହୋଇପାରିବେ । ସମସ୍ତେ ସାମାଜିକ ଦୂରତା ସହ ଅନ୍ୟ ନିୟମ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ନୀଳଗିରି ବିଧାୟକ ।