କନକ ବ୍ୟୁରୋ : ବାତ୍ୟା ଫନି ଯୋଗୁ ରାଜ୍ୟରେ ବିଦ୍ୟୁତ ଭିତ୍ତିଭୂମି ସମ୍ପୂର୍ଣ୍ଣ ବିପର୍ଯ୍ୟୟ ହୋଇପଡ଼ିଥିବା ବେଳେ ଏହି ସ୍ଥିତିର ମୁକାବିଲା କରିବାକୁ ରାଷ୍ଟ୍ରାୟତ୍ତ ଇସ୍ପାତ କଂପାନି ‘ସେଲ୍’ ଯୁଦ୍ଧକାଳୀନ ଭିତ୍ତିରେ କାମ କରୁଛି। ତୁରନ୍ତ ଓଡ଼ିଶାକୁ ୧୫ ହଜାର ବିଦ୍ୟୁତ ଖୁଣ୍ଟ ଯୋଗାଇ ଦେବା ଉପରେ କଂପାନି କାମ କରୁଛି। ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ କଂପାନି ଏହାର ସାରା ଦେଶରେ ଥିବା ସମ୍ବଳକୁ କାମରେ ଲଗାଇଥିବା ଜଣାପଡ଼ିଛି।
/kanak/media/post_attachments/wp-content/uploads/2019/05/images.jpg)
ଏହି ନିର୍ଦେଶ ପାଇବା ପରେ ଓଡ଼ିଶାକୁ ଯଥାଶୀଘ୍ର ସମ୍ଭବ ଆବଶ୍ୟକ ପରିମାଣର ବିଦ୍ୟୁତ ଖୁଣ୍ଟ ଯୋଗାଇ ଦେବାକୁ ସେଲ୍ ଉଦ୍ୟମ କରୁଛି। କଂପାନି ଏହାର ଦୁର୍ଗାପୁର କାରଖାନାରେ ନିୟମିତ ଉତ୍ପାଦନକୁ ବନ୍ଦ ରଖି କେବଳ ବିଦ୍ୟୁତ ଖୁଣ୍ଟ ଉତ୍ପାଦନ କରୁଛି। ବାତ୍ୟା ଯୋଗୁ ସୃଷ୍ଟି ହୋଇଥିବା ପରିସ୍ଥିତିର ମୁକାବିଲା କରିବା ଏବଂ ସ୍ଥିତି ଉପରେ ଚବିଶ ଘଣ୍ଟା ନଜର ରଖିବା ପାଇଁ ସେଲ ନୂଆଦିଲ୍ଲୀ ଠାରେ ଥିବା ମୁଖ୍ୟ କାର୍ଯ୍ୟାଳୟରେ ଏକ କଣ୍ଟ୍ରୋଲ୍ ରୁମ୍ ସ୍ଥାପନ କରାଯାଇଛି। ଏକ ଉତ୍ସର୍ଗୀକୃତ ଟିମ୍ ଏହାର ତଦାରଖ କରୁଛି। ଭୁବନେଶ୍ବର ଠାରେ ଥିବା ସେଲ କର୍ମଚାରୀମାନେ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ନିରବଚ୍ଛିନ୍ନ ଭାବେ କାମ କରୁଥିବା କଂପାନି ପକ୍ଷରୁ କୁହାଯାଇଛି।