କନକ ବ୍ୟୁରୋ: ଦିଲ୍ଲୀରେ ବିଧାୟକଙ୍କ ଦରମା ବଢିବ । ଏଥିପାଇଁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି । ଏବେ ବିଭିନ୍ନ ଭତ୍ତାକୁ ମିଶାଇ ବିଧାୟକମାନେ ମାସିକ ୫୪ ,୦୦୦ ଟଙ୍କା ଦରମା ପାଉଛନ୍ତି । ଏବେ ସରକାରଙ୍କ ମଞ୍ଜୁରୀ ପରେ ଦିଲ୍ଲୀ ବିଧାୟକଙ୍କ ଦରମା ୯୦,୦୦୦ କୁ ବୃଦ୍ଧି ପାଇବ ।

Advertisment

ଏବେ ପାଉଥିବା ଦରମା ଅନୁସାରେ ବିଧାୟକମାନଙ୍କ ବେସିକ ସାଲାରି ମାସକୁ ୧୨ ହଜାର ଟଙ୍କା । ଏବେ ଏହା ବୃଦ୍ଧି ହୋଇ ୨୦ ହଜାର ଟଙ୍କା ହେବ । ଏହା ପୂର୍ବରୁ ଦିଲ୍ଲୀ ସରକାର ବିଧାୟକଙ୍କ ଦରମା ବଢାଇବାକୁ ୨୦୧୫ରେ କେନ୍ଦ୍ରକୁ ସୁପାରିସ କରିଥିଲେ । କିନ୍ତୁ କୌଣସି କାରଣରୁ ସେତେବେଳେ ଏହାକୁ ମଂଜୁରୀ ମିଳିନଥିଲା । ଏହି ସୂଚନା ଦେଇଛନ୍ତି ବିଧାନସଭା ଅଧ୍ୟକ୍ଷ ରାମନିବାସୀ ଗୋୟଲ ।

ଏହାପୂର୍ବରୁ କେବଳ ୨୦୧୧ରେ ହିଁ ସେମାନଙ୍କ ଦରମା ବଢିଥିଲା । ସେବେଠୁ ୧୧ ବର୍ଷ ଧରି ବିଧାୟକଙ୍କ ଦରମାରେ କୌଣସି ପରିବର୍ତ୍ତନ ହୋଇନଥିଲା । ଅନ୍ୟ ରାଜ୍ୟର ବିଧାୟକଙ୍କ ଦରମା ବଢୁଥିଲେ ବି ରାଜଧାନୀ ବିଧାୟକଙ୍କ ଦରମା ବଢୁନଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

ବିଭିନ୍ନ ରାଜ୍ୟରେ ବିଧାୟକଙ୍କ ବେତନ:
ଉତ୍ତରାଖଣ୍ଡ-୧.୯୮,୦୦୦
ହିମାଚଳପ୍ରଦେଶ-୧.୯୦,୦୦୦
ହରିୟାଣା-୧.୫୫,୦୦୦
ବିହାର- ୧.୩୦ ,୦୦୦
ରାଜସ୍ଥାନ-୧,୪୨,୦୦୦
ତେଲେଙ୍ଗାନା-୨,୫୦,୦୦୦
ଆନ୍ଧ୍ରପ୍ରଦେଶ-୧,୨୫,୦୦୦
ଗୁଜୁରାଟ-୧,୦୫,୦୦୦
ଉତ୍ତରପ୍ରଦେଶ- ୯୫,୦୦୦