କନକ ବ୍ୟୁରୋ : ଦେଶରେ ମୋଟ ୨୮ ଟି ରାଜ୍ୟ ରହିଛି । ଏହି ରାଜ୍ୟର ଶାସନ କ୍ଷମତାର ମୁଖ୍ୟମାନଙ୍କୁ ମୁଖ୍ୟମନ୍ତ୍ରୀ ବୋଲି କୁହାଯାଇଥାଏ । କେନ୍ଦ୍ରର ପ୍ରଧାନମନ୍ତ୍ରୀଙ୍କ ସ୍ଥିତି ଓ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସ୍ଥିତି ସହ ସମାନ । ଆମ ଦେଶରେ ପ୍ରତି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦରମା ଅଲଗା ଅଲଗା ହୋଇଥାଏ । କାରଣ ପ୍ରତି ରାଜ୍ୟର ମନ୍ତ୍ରୀମାନଙ୍କ ବେତନ ସ୍କେଲ ଅଲଗା ଅଲଗା ହୋଇଥାଏ । ସରକାରୀ କର୍ମଚାରୀଙ୍କ ଭଳି ଏମାନଙ୍କ ଦରମା ପ୍ରତି ମାସରେ ସେମାନଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଥାଏ ।
ଏବେ ଆସନ୍ତୁ ଜାଣିବା କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ କେତେ ଦରମା ମିଳେ । ଦେଶର ସବୁଠାରୁ ଅଧିକ ଦରମା ପାଇଥାନ୍ତି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ମାସିକ ଦରମା ୪ ଲକ୍ଷ ୧୦ ହଜାର ଟଙ୍କା । ଏହା ତଳକୁ ରହିଛି ଦିଲ୍ଲୀ । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଦରମା ୩ ଲକ୍ଷ ୯୦ ହଜାର ଟଙ୍କା । ସେହିଭଳି ଦେଶର ସବୁଠାରୁ ବଡ ରାଜ୍ୟ କୁହାଯାଉଥିବା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କର ମାସିକ ଦରମା ୩ ଲକ୍ଷ ୬୫ ହଜାର ଟଙ୍କା । ମହାରାଷ୍ଟ୍ର ୩ ଲକ୍ଷ ୪୦ ହଜାର, ଆନ୍ଧ୍ରପ୍ରଦେଶ ୩ ଲକ୍ଷ ୩୫ ହଜାର, ଗୁଜରାଟ ୩ ଲକ୍ଷ ୨୧ ହଜାର, ହିମାଚଳ ପ୍ରଦେଶ ୩ ଲକ୍ଷ ୧୦ ହଜାର, ହରିଆଣା ୨ ଲକ୍ଷ ୮୮ ହଜାର, ଝାଡଖଣ୍ଡ ୨ ଲକ୍ଷ ୭୨ ହଜାର, ମଧ୍ୟ ପ୍ରଦେଶ ୨ ଲକ୍ଷ ୫୫ ହଜାର, ଛତିଶଗଡ ୨ ଲକ୍ଷ ୩୦ ହଜାର, ପଞ୍ଜାବ ୨ ଲକ୍ଷ ୩୦ ହଜାର, ଗୋଆ ୨ ଲକ୍ଷ ୨୦ ହଜାର, ବିହାର ୨ ଲକ୍ଷ ୧୫ ହଜାର, ପଶ୍ଚିମବଙ୍ଗ ୨ ଲକ୍ଷ ୧୦ ହଜାର, ତାମିଲନାଡୁ ୨ ଲକ୍ଷ ୫ ହଜାର, କର୍ଣ୍ଣାଟକ ୨ ଲକ୍ଷ, ସିକ୍କିମ ୧ ଲକ୍ଷ ୯୦ ହଜାର, କେରଳ ୧ ଲକ୍ଷ ୮୫ ହଜାର, ରାଜସ୍ଥାନ ୧ ଲକ୍ଷ ୭୫ ହଜାର, ଉତ୍ତରାଖଣ୍ଡ ୧ ଲକ୍ଷ ୭୫ ହଜାର, ଓଡିଶା ୧ ଲକ୍ଷ ୬୦ ହଜାର, ମେଘାଳୟ ୧ ଲକ୍ଷ ୫୦ ହଜାର, ଅରୁଣାଚଳ ପ୍ରଦେଶ ୧ ଲକ୍ଷ ୩୩ ହଜାର, ଆସାମ ୧ ଲକ୍ଷ ୨୫ ହଜାର, ମଣିପୁର ୧ ଲକ୍ଷ ୨୦ ହଜାର, ନାଗାଲାଣ୍ଡ ୧ ଲକ୍ଷ ୧୦ ହଜାର ଓ ସର୍ବଶେଷରେ ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ମାସକ ଦରମା ରହିଛି ୧ ଲକ୍ଷ ୫ ହଜାର ୫ ଶହ ଟଙ୍କା ।
କେବଳ ଦରମା ନୁହେଁ ମୁଖ୍ୟମନ୍ତ୍ରୀମାନେ ତାଙ୍କର ଏହି ଦରମା କେବଳ ମୁଖ୍ୟମନ୍ତ୍ରୀ ପଦ ପାଇଁ ମିଳିଥାଏ । ଏହାସହ ସେମାନଙ୍କ ବିଧାନ ପରିଷଦ ପଦ କିମ୍ବା ବିଧାନ ସଭା ପଦ ପାଇଁ ଅଲଗା ଦରମା ମିଳିଥାଏ । ଭାରତୀୟ ସମ୍ବିଧାନର ଅନୁଛେଦ ୧୬୪ ମୁତାବକ ପରିକଳ୍ପନା କରାଯାଇଛି କି ମୁଖ୍ୟମନ୍ତ୍ରୀଙ୍କ ନିଯୁକ୍ତି ରାଜ୍ୟପାଳଙ୍କ ଦ୍ୱାରା କରାଯାଇଥାଏ ।