ଆନ୍ଧ୍ରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀ ଏକ ବଡ ଘୋଷଣା କରିଛନ୍ତି । ସେ ରାଜ୍ୟରେ କାର୍ଯ୍ୟ କରୁଥିବା ଆଶା କର୍ମୀମାନଙ୍କର ଦରମାକୁ ୭ ହଜାର ଟଙ୍କା ଯାଏଁ ବଢ଼ାଇ ଦିଆଯାଇଛି । ଜଗମୋହନ ଘୋଷଣା କରିଛନ୍ତି ଯେ, ଏଣିକି ୩ ହଜାର ଟଙ୍କା ପାଉଥିବା ଆଶାକର୍ମୀମାନେ ୧୦ ହଜାର ଟଙ୍କା ପାଇବେ ।

Advertisment

publive-image

୩ ଗୁଣ ଦରମା ବଢ଼ାଇ ଜଗନ ସମସ୍ତଙ୍କୁ ହତଚକିତ କରିଦେଇଛନ୍ତି । ସୂଚନାଯୋଗ୍ୟ, ସାରା ଦେଶରେ ୮ ଲକ୍ଷରୁ ଅଧିକ ଆଶା କର୍ମୀ କାର୍ଯ୍ୟ କରୁଛନ୍ତି । ଚିକିତ୍ସା କ୍ଷେତ୍ରରେ ଏମାନଙ୍କର ପ୍ରମୁଖ ଭୂମିକା ରହିଆସିଛି । ରାଷ୍ଟ୍ରୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନର ସୂଚନା ମୁତାବକ ୨୦୧୭ ମସିହାରେ ଆନ୍ଧ୍ରପ୍ରଦେଶରେ ୩୫୦୦୦ରୁ ଅଧିକ ଆଶା କର୍ମୀ ନିୟୋଜିତ ହୋଇଛନ୍ତି । ଭାରତର ଗ୍ରାମୀଣ ଅଂଚଳରେ ଲୋକଙ୍କୁ ପ୍ରାଥମିକ ଚିକିତ୍ସା ଦେବା ସହ ପ୍ରସବ ବାବଦରେ ପ୍ରସୂତୀଙ୍କୁ ସୂଚନା ଆଶାକର୍ମୀ ଦେଇଥାନ୍ତି । ସେହିପରି ପ୍ରସବ ସମୟରେ ମେଡିକାଲ ନେବା ସହ ମାଆର ଦାୟିତ୍ୱ ନେବାକୁ ଆଶା କର୍ମୀଙ୍କୁ ନିଯୁକ୍ତି ଦିଆଯାଇଛି ।