ବୃଦ୍ଧି ପାଇବ ସୁପ୍ରିମ କୋର୍ଟ ଓ ହାଇକୋର୍ଟ ଜଜଙ୍କ ବେତନ ! ପ୍ରସ୍ତାବକୁ ସବୁଜ ସଂକେତ ଦେଲେ କେନ୍ଦ୍ର ସରକାର

25

କନକ ବ୍ୟୁରୋ : ସୁପ୍ରିମ କୋର୍ଟ ଓ ହାଇକୋର୍ଟ ଜଜଙ୍କ ମାସିକ ବେତନ ପାଖାପାଖି ୨୦୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇବ । ଜଜମାନଙ୍କ ବେତନ ବୃଦ୍ଧିକୁ ନେଇ ସୁପ୍ରିମକୋର୍ଟଙ୍କ କମିଟିର ପ୍ରସ୍ତାବକୁ ସବୁଜ ସଂକେତ ଦେଇଛି କେନ୍ଦ୍ର ସରକାର । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ମାସିକ ଦରମା ୨.୮ ଲକ୍ଷକୁ ବୃଦ୍ଧି ପାଇବ । ସେହିପରି ସୁପ୍ରିମକୋର୍ଟଙ୍କ ଅନ୍ୟ ଜଜ୍ ଓ ହାଇକୋର୍ଟମାନଙ୍କ ମୁଖ୍ୟ ବିଚାରପତିଙ୍କ ଦରମା ୨.୫ ଲକ୍ଷ ହେବ । ହାଇକୋର୍ଟଙ୍କ ଅନ୍ୟ ଜଜମାନଙ୍କ ଦରମା ୨.୨୫ ଲକ୍ଷ ହେବ ।

ପୂର୍ବରୁ ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ମାସିକ ବେତନ ୧ ଲକ୍ଷ ଟଙ୍କା ଥିଲା । ଏହା ସହିତ ବିଚାରପତିଙ୍କୁ ଅନ୍ୟାନ୍ୟ ସୁବିଧା ମିଳୁଥିଲା । କେନ୍ଦ୍ର ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ସପ୍ତମ ବେତନ କମିସନ ଲାଗୁ କରାଯିବା ପରେ ଏହି ସରକାରଙ୍କୁ ଏହି ପ୍ରସ୍ତାବ ଦେଇଥିଲା ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ୩ ଜଣିଆ କମିଟି । ତେବେ କମିଟି ଦେଇଥିବା ସମ୍ପୂର୍ଣ ପ୍ରସ୍ତାବକୁ ଗ୍ରହଣ କରିନି କେନ୍ଦ୍ର ସରକାର ।

ବିଚାରପତିମାନଙ୍କ ଦରମା ସର୍ବନିମ୍ନ ୩ ଲକ୍ଷରୁ ଉର୍ଦ୍ଧ କରିବା ପାଇଁ ପ୍ରସ୍ତାବ ଦେଇଥିଲା କମିଟି । ସେହିପରି ଅବସରପ୍ରାପ୍ତ ବିଚାରପତିଙ୍କ ପେନସନ୍ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିଲା କମିଟି । ଏହାକୁ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ଖୁବ୍ ଶୀଘ୍ର ଏହାକୁ କ୍ୟାବିନେଟରେ ପାସ୍ କରାଯିବ ବୋଲି ସୂଚନା ମିଳିଛି । ତାପରେ ସଂସଦରେ ଉପସ୍ଥାପନ କରିବେ ଆଇନ ମନ୍ତ୍ରୀ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –