ରିଲିଜ ପୂର୍ବରୁ ରେକର୍ଡ: ଆଡଭାନ୍ସ ଟିକେଟ ବୁକିଂରେ ଡଙ୍କିକୁ ପଛରେ ପକାଇଲା ସାଲାର

277

କନକ ବ୍ୟୁରୋ: ରିଲିଜ ପୂର୍ବରୁ ଦୁଇ ବହୁ ପ୍ରତିକ୍ଷିତ ସିନେମା ଡଙ୍କି ଓ ସାଲାର ମଧ୍ୟରେ ଟକ୍କର ଆରମ୍ଭ ହୋଇଛି । ଏହି ଟକ୍କର ଟିକେଟ ବିକ୍ରି ପାଇଁ ଚାଲିଛି । ରେକର୍ଡସ୍ତରରେ ଦର୍ଶକ କିଣୁଛନ୍ତି ସିନେମା ଟିକେଟ । ଡିସେମ୍ବର ୨୧ରେ ବଡ ପରଦାକୁ ଆସୁଛି କିଙ୍ଗ ଖାନ ଶାହାରୁଖଙ୍କ ଡଙ୍କି ଓ ଠିକ ଏହାର ପରଦିନ ଅର୍ଥାଥ ୨୨ରେ ରିଲିଜ ହେବ ସାଉଥ ସେନସେସନ ପ୍ରଭାସଙ୍କ ହାଇବଜେଟ ସିନେମା ସାଲାର । ଦୁଇ ଲୋକପ୍ରିୟ କଳାକାରଙ୍କ ସିନେମା ଦେଖିବା ପାଇଁ ସିନେମପ୍ରେମୀଙ୍କ ମଧ୍ୟରେ ବେଶ ଉକ୍ରଣ୍ଠା ରହିଛି । ଆକାଶଛୁଅାଁ ଦର ସତ୍ୱେ ପ୍ରିୟ ଅଭିନେତାଙ୍କ ଫିଲ୍ମ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଚାଲିଛି । ସୂଚନା ଅନୁସାରେ ବୁଧବାର ସୁଦ୍ଧା—ସିନେମା ‘ଡଙ୍କି’ର ପ୍ରାୟ ୪ଲକ୍ଷ ଟିକେଟ ଆଡଭାନ୍ସ ବୁକିଂରେ ହୋଇଛି । ୧୨କୋଟି ଟଙ୍କାର ଟିକେଟ ବିକ୍ରି ସରିଛି । ଶାହାରୁଖଙ୍କ ଡଙ୍କି ତୁଳନାରେ ପ୍ରଭାସଙ୍କ ସାଲାରର ଅଧିକ ଆଡଭାନ୍ସ ବୁକିଂ ଚାଲିଛି । ‘ସାଲାର’ର ୮ଲକ୍ଷ ଟିକେଟ ଆଡାଭାନ୍ସ ବୁକିଂ ହୋଇଛି । ପ୍ରାୟ ୧୭କୋଟି ଟଙ୍କା ମୂଲ୍ୟର ଟିକେଟ ବିକ୍ରି ଶେଷ ହୋଇଥିବା ସୂଚନା ରହିଛି । ସିନେସମୀକ୍ଷଙ୍କ ମତରେ ବଡ ପରଦାରେ ଡଙ୍କି ଓ ସାଲାର ମଧ୍ୟରେ ବଡ ଧରଣର ଟକ୍କର ହୋଇପାରେ । ଜଣେ ବଲିଉଡ ସୁପରଷ୍ଟାର ଅନ୍ୟଜଣେ ସାଉଥ ସେନସେନନ । ଶାହାରୁଖଙ୍କ ପଠାନ, ଜବାନ ଚଳିତବର୍ଷ ଅନ୍ୟତମ ଲୋକପ୍ରିୟ ଓ ସଫଳ ସିନେମା ହୋଇପାରିଛି । ତେଣୁ ହ୍ୟାଟ୍ରିକ ଲକ୍ଷ ସହ ସବୁ ପ୍ରକାରର ମନୋରଂଜନ ଖୋରାକ ସହ ଡଙ୍କିର ନିର୍ମାଣ କରାଯାଇଛି । ସେପଟେ ଲଗାତାର ତିନୋଟି ଫିଲ୍ମ ସାହୋ, ରାଧେଶ୍ୟାମ ଓ ଆଦିପୁରୁଷ ଫ୍ଲପ ହେବା ପରେ ସାଲାରର ସଫଳତା ପାଇଁ ବେଶ ଆଶାୟୀ ଅଛନ୍ତି ବାହୁବଳୀ ଷ୍ଟାର ପ୍ରଭାସ