ଦମଦାର ଚରିତ୍ର ସହ ବଡ ପରଦାକୁ ଫେରିବେ ପ୍ରଭାସ । ସାଉଥ ସୁପରଷ୍ଟାରଙ୍କ ନୂଆ ସିନେମା ସାଲାରର ପ୍ରଥମ ଟ୍ରେଲର ରିଲିଜ

96

କନକ ବ୍ୟୁରୋ : ସାଉଥ ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସାଲାର’ର ଟ୍ରେଲର ରିଲିଜ । ୩ମିନିଟ୍ ୪୭ ସେକେଣ୍ଡର ଏହି ଟ୍ରେଲରରେ ପ୍ରଭାସଙ୍କ ଦମଦାର ଆକ୍ସନର ଝଲକ ଦେଖିବାକୁ ମିଳିଛି । ମାଫିଆରାଜକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ପ୍ରଭାସ । ଛୋଟ ବେଳର ଦୁଇ ସାଙ୍ଗ ପରବର୍ତୀ ସମୟରେ କିଭଳି ନିଜ ନିଜର ଶତ୍ରୁ ପାଲଟି ଯାଇଛନ୍ତି ଫିଲ୍ମରେ ଏହାକୁ ଚିତ୍ରଣ କରାଯାଇଛି । ଆକ୍ସନ ସାଙ୍ଗକୁ ଥ୍ରୀଲରରେ ଭରପୁର ‘ସାଲାର’ରେ ପ୍ରଭାସଙ୍କ ଜବରଦସ୍ତ ଡାଏଲଗ ସାଙ୍ଗକୁ ଦମଦାର ଫାଇଟିଂ ସିନ୍ ସବୁ ଦେଖିବାକୁ ମିଳିଛି । ଆଦିପୁରୁଷ ପରେ ଫିଲ୍ମ ‘ସାଲାର’ ମାଧ୍ୟମରେ ବଡ଼ ପରଦାକୁ ଫେରୁଛନ୍ତି ପ୍ରଭାସ । ପ୍ରଶାନ୍ତ ନୀଲ ନିର୍ଦ୍ଦେଶିତ ଏହି ଫିଲ୍ମରେ ପ୍ରଭାସଙ୍କ ସମେତ ଶ୍ରୁତି ହାସନ, ଜଗପତି ବାବୁ, ଇଶ୍ୱରୀ ରାଓ ଏବଂ ଶ୍ରୀୟା ରେଡ୍ଡି ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି । ୪୦୦କୋଟି ବ୍ୟୟରେ ନିର୍ମାଣ ହୋଇଥିବା ଫିଲ୍ମ ‘ସାଲାର’ ବାହୁବଳୀ ଏବଂ କେଜିଏଫ ଭଳି ବ୍ଲକବ୍ଲଷ୍ଟର ମୁଭିକୁ ମଧ୍ୟ ଟପିଯିବ ବୋଲି ସୀନେ ସମୀକ୍ଷକ ମାନେ ଆକଳନ କରିଛନ୍ତି । ଡିସେମ୍ବର ୨୨ରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ଅଭିନୀତ ‘ଡଙ୍କି’ ଟକ୍କର ଦେବାକୁ ଆସୁଛି ପ୍ରଭାସଙ୍କ ‘ସାଲାର’ । ତେବେ ବକ୍ସ ଅଫିସରେ ‘ସାଲାର’ ନା ‘ଡଙ୍କି’ କିଏ ସୁପରହିଟ୍ ସାବ୍ୟସ୍ତ ହେଉଛି ଦେଖିବାକୁ ବାକି ।