କନକ ବ୍ୟୁରୋ : ମୁକ୍ତି ଲାଭ କରିଛି ଫିଲ୍ମ ‘ସାଲାର’ର ଟିଜର । ନିର୍ଦ୍ଦେଶକ ପ୍ରଶାନ୍ତ ନୀଲଙ୍କ ଫିଲ୍ମ ସାଲାର ପାର୍ଟ- ୧ ର ଟିଜର ରିଳିଜ ହୋଇଛି । ଏଥିରେ ପ୍ରଭାସଙ୍କ ଦମଦାର ଆକ୍ସନ ସହ ଡାଏଲଗ ଦେଖିବାକୁ ମିଳିଛି । ଟିଜର ଆରମ୍ଭରୁ ଟିନୁ ଆନନ୍ଦଙ୍କ ଡାଏଲଗ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ଟିନୁ ଆନନ୍ଦଙ୍କ ଡାଏଲଗ ପରେ ପ୍ରଭାସଙ୍କ ଦମଦାର ଏଂଟ୍ରି ରହିଛି । ଯେଉଁଥିରେ ପ୍ରଭାସ ହାତରେ ବନ୍ଧୁକ ଧରି ଆସୁଥିବାର ଦେଖିବାକୁ ମିଳିଛି । ଫିଲ୍ମରେ ପ୍ରଭାସଙ୍କ ବିପକ୍ଷରେ ଶ୍ରୁତି ହାସନଙ୍କୁ ଦେଖିବାକୁ ମିଳିବ । ସାଲାରର ଟିଜରରେ ସମସ୍ତଙ୍କୁ କେଜିଏଫର ଛାପ ନଜର ଆସିଛି । ସେହିପରି କେଜିଏଫ୍ ସହ ଫିଲ୍ମର ସମ୍ପର୍କ ରହିଥିବା ମଧ୍ୟ କୁହାଯାଉଛି । ତେବେ ଫିଲ୍ମଟି ବକ୍ସ ଅଫିସରେ ହିଟ ହେବ ବୋଲି ଆଶାବାଦୀ ଅଛନ୍ତି ଚଳଚିତ୍ର ନିର୍ମାତା ।