ଓଡିଆ ଭାଷାରେ ରିଲିଜ ହେଲା ସମ୍ବଲପୁରୀ ଫିଲ୍ମ ‘ଶଳା ବୁଢାର ବଦଲା’ : ରାଜ୍ୟର ୩୦ ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ଚଳଚ୍ଚିତ୍ର

252

କନକ ବ୍ୟୁରୋ : ଦୁଲଦୁଲି ଓ ଶଙ୍ଗ ବାଜାରେ କମ୍ପିଲା ଫିଲ୍ମ ହଲ । ଓଡିଆ ଭାଷାରେ ରିଲିଜ ହେଲା ଫିଲ୍ମ ‘ଶଳା ବୁଢାର ବଦଲା’ । ଓଡିଶାର ୩୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ବରିଷ୍ଠ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ଓଡିଆ ଫିଲ୍ମ ଶଲା ବୁଢାର ବଦଲା’ । ଭୁବନେଶ୍ୱର ସ୍ଥିତ ସ୍ୱାତୀ ସିନେମା ହଲରେ ଏହାର ପ୍ରିମିୟର ଶୋରେ ବହୁ କଳାକାର, ଓଡିଆ ସିନେ ପ୍ରେମୀ ଯୋଗ ଦେଇ ସଂପୂର୍ଣ୍ଣ ଫିଲ୍ମ ଦେଖି ଉଚ୍ଚ ପ୍ରଶଂସା କରିଛନ୍ତି । ଗର୍ବର କଥା ଏକ ଲମ୍ବା ସମୟ ଅବଧି ମଧ୍ୟରେ ଦେଶରେ ଦ୍ୱିତୀୟ ଟ୍ରାଇଲୋଜି ସିନେମା ଆସି ଓଡିଶାରେ ତିଆରି ହୋଇଛି ।

ତାହା ହେଉଛି ଏକ ନିଆରା କାହାଣୀ ଓ ହୃଦୟସ୍ପର୍ଶୀ ସିନେମା ‘ଶଲା ବୁଢାର ବଦଲା’ । ପ୍ରଥମରୁ ଜବରଦସ୍ତ ପ୍ରଶଂସା ପାଇଥିବା ଶଲା ‘ବୁଢାର ବଦଲା’ ଦୁବାଇ ଏକ୍ସପୋ-୨୦୨୦ରେ ୱାର୍ଲଡ ପ୍ରିମିୟର ହୋଇଥିଲା । ଉପସ୍ଥିତ ସିନେ ସମୀକ୍ଷକଙ୍କ କହିବା ଅନୁସାରେ ଶଳା ବୁଢାର ବଦଲା ହେଉଛି ଏକ ଜଟିଳ ମାନବ ଭାବନା ଓ ସମ୍ପର୍କର ଚିତ୍ର । ଯେଉଁଥିରେ ଅଛି ଭରପୁର କମେଡି ଓ ସସପେନ୍ସ । ସ୍ୱର୍ଗତ ଅଟଳ ବିହାରୀ ପଣ୍ଡାଙ୍କ ଅଭିନୀତ ଏହି ଫିଲ୍ମକୁ ପୂର୍ବରୁ ବହୁ ପ୍ରଶଂସା ଓ ପୁରସ୍କାର ମିଳିଛି । ଆଗକୁ ମଧ୍ୟ ଏହା ଅନେକ ଦର୍ଶକଙ୍କ ପାଖରେ ପହଞ୍ଚିବ ବୋଲି ‘ଶଲା ବୁଢାର ବଦଲା’ ଟିମ ଆଶାବାଦୀ ଅଛନ୍ତି ।