କନକ ବ୍ୟୁରୋ: ଜାତୀୟ ପରସ୍କାର ପ୍ରାପ୍ତ ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ । ବୁର୍ଲା ଭୀମସାରରେ ଚିିକିତ୍ସିତ ହେଉଥିବା ଅବସ୍ଥାରେ ଆଜି ତାଙ୍କର ୯୨ ବର୍ଷ ବୟସରେ ଦେହାନ୍ତ ହୋଇଛି । ତେବେ ଗତ ୧୦ ଦିନ ଧରି ଆଇସିୟୁ ଚିକିତ୍ସିତ ହେଉଥିଲେ ଆଉ ଆଜି ବିଳମ୍ବିତ ରାତି ୩ଟା ୪୫ ମିନିଟରେ ତାଙ୍କର ପରଲୋକ ହୋଇଛି ।
ବରିଷ୍ଠ ଅଭିନେତା ଅଟଳ ବିହାରୀ ପଣ୍ଡା । ହୁଏତ ଓଡିଶାର ଅନେକ ଲୋକ ତାଙ୍କୁ ଜାଣି ନଥିବେ । ୨୦୧୩ରେ ୮୨ ବର୍ଷ ବୟସରେ ସେ ଅଭିନେତା ଭାବରେ ଶଲା ବୁଢ଼ା ସିନେମାରେ ଡେବ୍ୟୁ କରିଥିଲେ । ଏହି ସିନେମାରେ ତାଙ୍କ ଅଭିନୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ହେଲେ ସେ ମଧୁମେହ ଜନିତ ରୋଗରେ ପୀଡିତ ହୋଇ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଶନିବାର ଭୋର ୩ ଟା ୪୫ରେ ସେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତିି ।
ଅଟଳ ଏକାଧାରରେ ଗୀତିକାର, ନାଟ୍ୟକାର, ଥିଏଟର ଏବଂ ଚଳଚିତ୍ର ଅଭିନେତା ଥିଲେ । ସେ ସୁବର୍ଣ୍ଣପୁର ଜିଲ୍ଳାର ବିନିକାରେ ଜନ୍ମଗ୍ରହଣ କରିଥିଲେ । ୧୯୪୪ ପରଠାରୁ ନାଟକରେ ଅଭିନୟ ଆରମ୍ଭ କରିଥିଲେ ଏବଂ ସେ ପ୍ରାୟ ଶହେଟି ନାଟକରେ ଅଭିନୟ କରିଛନ୍ତି । ସେହିପରି ୬୫ଟି ମଞ୍ଚ ଏବଂ ରେଡିଓ ନାଟକ ଲେଖିଛନ୍ତି । ଶ୍ରେଷ୍ଠ ଅଭିନେତା ଭାବରେ ତାଙ୍କୁ ଓଡିଶା ସରକାର ରାଜ୍ୟ ଚଳଚିତ୍ର ପୁରସ୍କାର ପ୍ରଦାନ କରିଥିଲେ । ୨୦୧୯ରେ ଅଟଳ ବିହାରୀ ପଣ୍ଡାଙ୍କୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସମ୍ମାନଜନକ ଡି-ଲିଟ୍ ପ୍ରଦାନ କରି୍ଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/06/19-4.jpg)