ପରିବାର ବିରୁଦ୍ଧରେ ଯାଇ ବିବାହ କଲେ କ’ଣ ପିତାଙ୍କ ସଂପତିରୁ ମିଳିବ ଭାଗ ? ଜାଣିରଖନ୍ତୁ କ’ଣ କହୁଛି ଆଇନ୍ ।

734

ଉତ୍ତରପ୍ରଦେଶର ବରେଲୀରେ ବିଜେପି ବିଧାୟକ ରାଜେଶ୍ ମିଶ୍ରାଙ୍କ ଝିଅ ସାକ୍ଷୀ ମିଶ୍ରା ଘରଲୋକଙ୍କ ବିନା ଅନୁମତିରେ ଜଣେ ଦଳିତ ଯୁବକଙ୍କ ସହ ବିବାହ କରିଛନ୍ତି । ଏଭଳି ସ୍ଥିିତିରେ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି ଯେ କ’ଣ ପିତାଙ୍କ ଅନୁମତି ବିନା ବିବାହ କଲେ ପୈତୃକ ସଂପତିରୁ ଭାଗ ମିଳିବ ?

ଆପଣଙ୍କୁ କହିରଖୁଛୁ ସାକ୍ଷୀ ଅଜିତେସ୍ କୁମାରଙ୍କ ସହ ହିନ୍ଦୁ ବିବାହ ଆକ୍ଟ ୧୯୫୬ ଅନୁସାରେ ବିବାହ କରିଛନ୍ତି । ଏହି ଆକ୍ଟ ଅନୁସାରେ ବିବାହ କରିଥିବା ଦମ୍ପତିଙ୍କୁ ହିନ୍ଦୁ ସକ୍ସେସନ୍ ଆକ୍ଟ (ଅମେଡମେଣ୍ଟ୍) ୨୦୦୫ ଅନୁସାରେ ନିଜ ପିତାଙ୍କ ସଂପତି ପାଇବା ପାଇଁ ସମ୍ପୁର୍ଣ୍ଣ ଅଧିକାର ରହିଛି । ଏହି ଆକ୍ଟ ଅନୁସାରେ ପୁଅ ଭଳି ଝିଅକୁ ମଧ୍ୟ ବାପାଙ୍କ ସଂପତିରେ ସମ୍ପୁର୍ଣ୍ଣ ଅଧିକାର ଦିଆଯାଇଛି । ଯଦି ପୈତୃକ ସମ୍ପତ୍ତିରେ ଭାଗ ହୁଏ ତେବେ ପୁଅ ଏବଂ ଝିଅଙ୍କୁ ସଂପତିରେ ସମାନ ଅଂଶ ଦିଆଯିବ । ବିନା ସହମତିରେ ବିବାହ କରିବାକୁ ନେଇ ଯଦି ପିତା ପୁଅ କିମ୍ବା ଝିଅଙ୍କୁ ସଂପତି ଦେବାକୁ ମନା କରୁଛନ୍ତି ତେବେ ଦମ୍ପତି ଅଦାଲତର ଦ୍ୱାରସ୍ଥ ହୋଇପାରିବେ ।

ହିନ୍ଦୁ ସକ୍ସେସନ୍ ଆକ୍ଟ ଅନୁସାରେ ସଂପତିକୁ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇଛି । ପ୍ରଥମ ହେଉଛି ସ୍ୱଅର୍ଜିତ ସଂପତି ଏବଂ ଦ୍ୱିତୀୟଟି ହେଉଛି ପୈତୃକ ସଂପତି ଯାହା ପୂର୍ବଜଙ୍କ ଠାରୁ ମିଳିଛି । ପୈତୃକ ସଂପତିରେ ପୁଅ ଭଳି ଝିଅର ମଧ୍ୟ ସମାନ ଅଧିକାର ରହିଛି । ପିତାଙ୍କୁ ପୈତୃକ ସଂପତିରେ ଉଭୟ ପୁଅ ଏବଂ ଝିଅକୁ ସମାନ ଅଂଶ ଦିଆଯିବ । ପିତା ଚାହିଁଲେ ନିଜ ସ୍ୱଅର୍ଜିତ ଧନରୁ ସନ୍ତାନଙ୍କୁ କିଛି ଦେଇନପାରନ୍ତି କିନ୍ତୁ ପୈତୃକ ସଂପତି ଦେବାକୁ ମନା କରିପାରିବେ ନାହିଁ ।