କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ତରଫରୁ କୁସ୍ତିସଂଘର ମାନ୍ୟତା ରଦ୍ଦ ଓ ନବ ନିଯୁକ୍ତ ଅଧ୍ୟକ୍ଷ ସଂଜୟ ସିଂଙ୍କ ନିଲମ୍ବନକୁ ସମର୍ଥନ କରିଛନ୍ତି କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ । ସେ କହିଛନ୍ତି କି, ସରକାରଙ୍କ ତରଫରୁ ନିଆଯାଇଥିବା ପ୍ରାଥମିକ ପଦକ୍ଷେପକୁ ସେ ସମର୍ଥନ କରୁଛନ୍ତି । ସେ କହିଛନ୍ତି କି କୁସ୍ତିସଂଘର ଅଧ୍ୟକ୍ଷ ଜଣେ ମହିଳା ହେବା ଆବଶ୍ୟକ । ଏହା ଫଳରେ କୁସ୍ତିସଂଘ ପାଇଁ ଖେଳୁଥିବା ମହିଳା ଓ ଝିଅମାନେ ସୁରକ୍ଷିତ ରହିବେ ।
ଭାରତୀୟ କୁସ୍ତି ସଂଘକୁ ନେଇ ବିବାଦ ଓ କୁସ୍ତିଯୋଦ୍ଧାଙ୍କ ପ୍ରତିବାଦ ପରେ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ତରଫରୁ ଭାରତୀୟ କୁସ୍ତିସଂଘର ମାନ୍ୟତା ରଦ୍ଦ କରିବା ସହ ନବ ନିଯୁକ୍ତ କୁସ୍ତି ସଂଘର ଅଧ୍ୟକ୍ଷ ସଂଜୟ ସିଂଙ୍କୁ ନିଲମ୍ବନ କରିଛନ୍ତି । କ୍ରୀଡା ମନ୍ତ୍ରଣାଳୟ ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନିଲମ୍ବନ କରାଯାଇଛି । ଏହାର କାରଣ ଭାବେ କୁହାଯାଇଛି କି ନବ ନିର୍ବାଚିତ ଭାରତୀୟ କୁସ୍ତିସଂଘ ତରଫରୁ ପର୍ଯ୍ୟାପ୍ତ ସମୟ ନ ଦେଇ ଅଣ୍ଡର-୧୫ ଓ ଅଣ୍ଡର-୨୦ ରାଷ୍ଟ୍ରୀୟ ଚାମ୍ପିୟନସିପ ଆୟୋଜନର ଘୋଷଣା କରିଥିଲା । ସେପଟେ କୁସ୍ତିସଂଘ ପାଇଁ ଡିସେମ୍ବର ୨୧ ତାରିଖରେ ହୋଇଥିବା ନିର୍ବାଚନରେ ପୂର୍ବ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ନିକଟତର କୁହାଯାଉଥିବା ସଂଜୟ ସିଂ ଓ ତାଙ୍କ ପ୍ୟାନେଲ ବଡ ଅନ୍ତରରେ ବିଜୟଲାଭ କରିଥିଲା ।
#WATCH | Delhi: On suspension of the newly elected body of Wrestling Federation of India (WFI) by Union Sports Ministry, Wrestler Sakshee Malikkh says, "This has happened for the betterment of the wrestlers. We had been saying that this was the fight of the daughters and sisters.… pic.twitter.com/MU3LLh0x21
— ANI (@ANI) December 24, 2023
ଏହାକୁ ବିରୋଧ କରି କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ପଦ୍ମଶ୍ରୀ ପୁରସ୍କାରକୁ ରାସ୍ତାରେ ରଖି ପଳାଇ ଯିବା ସହ କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ ଏକ ସାମ୍ବାଦିକ ସମ୍ମିଳନୀ କରି ଆଉ କେବେ ଖେଳିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ ।