କନକ ବ୍ୟୁରୋ: କ୍ରିକେଟ ଦୁନିଆଁର କ୍ୟାପ୍ଟେନ୍ କୁଲ କୁହାଯାଉଥିବା ମହେନ୍ଦ୍ର ସିଂ ଧୋନୀଙ୍କ ଜନ୍ମ ଦିନ । ତାଙ୍କର ୪୩ ତମ ଜନ୍ମ ଦିନରେ ତାଙ୍କ ଘରେ ଖୁବ୍ କମ୍ ଅତିଥିଙ୍କ ସହ ଜନ୍ମିଦନ ପାଳନ କରିଛନ୍ତି ଧୋନୀ । ତାଙ୍କ ଜନ୍ମଦିନରେ ସେଠାରେ ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନ ଉପସ୍ଥିତ ଥିବା ଦେଖିବାକୁ ମିଳିଛି ।

Advertisment

ତେବେ ଧୋନୀଙ୍କ ଜନ୍ମ ଦିନରେ ତାଙ୍କ ସ୍ତ୍ରୀ ସାକ୍ଷୀଙ୍କ ବ୍ୟବହାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛିି । ଧୋନୀ କେକ୍ କାଟିବା ପରେ ସାକ୍ଷୀଙ୍କୁ କେକ୍ ଖୁଆଇଥିଲେ । ପରେ ସାକ୍ଷୀ ତାଙ୍କୁ କେକ୍ ଖୁଆଇ ପାଦ ଛୁଇଁ ପ୍ରଣାମ କରିବା ପରେ ତାଙ୍କ ଦୀର୍ଘ ଆୟୁଷ କାମନା କରିଥିଲେ । ଏହାପରେ ଧୋନୀ ସଲମାନଙ୍କୁ କେକ୍ ଖୁଆଇଥିଲେ । ତେବେ ସାକ୍ଷୀଙ୍କ ଏପରି ଆଚରଣ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।