କନକ ବ୍ୟୁରୋ : ଲେଖିକା ସୁଦେଷ୍ଣା ଦାସଙ୍କ ଗଳ୍ପ ସଂକଳନ ‘ସକାଳ ଧୂପ’ର ଲୋକାର୍ପଣ । ଭୁବନେଶ୍ୱରର ବୁଦ୍ଧ ମନ୍ଦିର ଠାରେ ମ୍ୟାକ୍ ଗ୍ରୁପ୍ ଆନୁକୂଲ୍ୟରେ ଏହି ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଛି । ଏଥିରେ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକଟିକୁ ଉନ୍ମୋଚନ କରିଥିଲେ ।

Advertisment

ନିତିଦିନର ସମ୍ପାଦକ ତଥା ସ୍ୱନାମଧନ୍ୟ ଲେଖକ ମନୋଜ କୁମାର ମହାପାତ୍ର ଓ ପୌରୁଷର ସମ୍ପାଦକ ତଥା ବିଶିଷ୍ଟ ସାହିତ୍ୟ ସମାଲୋଚକ ଅସିତ ମହାନ୍ତି ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ ପୁସ୍ତକ ଉପରେ ଆଲୋଚନା କରିଥିଲେ । ଏହି ଉତ୍ସବରେ ମ୍ୟାକ୍ ଗ୍ରୁପର ମୁଖ୍ୟ ରାଜକୁମାର ସୂତାର ସଭାପତିତ୍ୱ କରିଥିବା ବେଳେ ସୋନାଲୀ ସାମନ୍ତରାୟ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।

publive-imageଜୀବନରେ ଭେଟିଥିବା ସାଧାରଣ ଚରିତ୍ରମାନଙ୍କୁ ଅସାଧାରଣ ଶୈଳୀରେ ଗଳ୍ପ ମାଧ୍ୟମରେ ପ୍ରକାଶ କରିବା ଏବଂ ସମାଜକୁ ସକାରତ୍ମକ ବାର୍ତ୍ତା ପ୍ରଦାନ କରିବାରେ ଲେଖିକାଙ୍କ ଉଦ୍ୟମକୁ ଅତିଥି ମାନେ ପ୍ରଂଶସା କରିଥିଲେ । ଲେଖିକା ସୁଦେଷ୍ଣା ଦାସ ପୁସ୍ତକ ବିଷୟରେ ପ୍ରାରମ୍ଭିକ ସୂଚନା ଦେଇଥିଲେ । କାର୍ଯର୍୍ୟକ୍ରମ ଶେଷରେ ମାନବ ଅଧ୍ୟୟନ କେନ୍ଦ୍ରର ସଂପାଦିକା ସୁଶ୍ରୀ କୀର୍ତ୍ତି ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।