କନକ ବ୍ୟୁରୋ : ପ୍ରଥମେ ସମ୍ବିଧାନ ବିରୋଧରେ ମନ୍ତବ୍ୟ ଓ ଏବେ ମନ୍ତ୍ରୀମଣ୍ଡଳରୁ ଇସ୍ତଫା । ଏଭଳି କିଛି ଦେଖିବାକୁ ମିଳିଛି କେରଳର କମ୍ୟୁନିଷ୍ଟ ସରକାରରେ । କେରଳ ସରକାରରେ ମନ୍ତ୍ରୀ ଥିବା ସାଜି ଚେରିୟନ ଆଜି ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ସେ ରାଜ୍ୟ ସରକାରଙ୍କ ସାଂସ୍କୃତିକ ମାମଲା ସହ ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ଥିଲେ । ସେ ସମ୍ବିଧାନ ବିରୋଧରେ ମନ୍ତବ୍ୟ ଦେବା ପରେ ବିରୋଧୀ କଂଗ୍ରେସ ଓ ବିଜେପି ତାଙ୍କ ଇସ୍ତଫା ଦାବି କରିଥିଲେ ।
କିଛି ବୈଦ୍ୟୁତିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ ହୋଇଥିଲା । ଏହି ଭିଡିଓରେ ଚେରିୟନ କହୁଥିଲେ କି ଦେଶର ସମ୍ବିଧାନ ଶୋଷଣକାରୀଙ୍କୁ ସୁରକ୍ଷା ଦେଉଛି ବୋଲି ସେ କହୁଛନ୍ତି । ଏହାସହ ସମ୍ବିଧାନ ସହାୟତାରେ ଦେଶରେ ସାଧାରଣ ଲୋକଙ୍କୁ ଲୁଟ୍ କରାଯାଉଛି ବୋଲି ସେ କହିଥିଲେ ।
ଏନେଇ ଭିଡିଓ ଭାଇରାଲ ହେବା ପରେ ତାଙ୍କ ଇସ୍ତଫା ଦାବି କରିଥିଲେ ବିରୋଧୀ । ଏନେଇ ଚେରିୟନ ଏକ ସଫେଇ ଦେଇଥିଲେ । ଏଥିରେ ସେ କହିଥିଲେ କି, ଟିଭି ଚ୍ୟାନେଲମାନେ ତାଙ୍କ ବୟାନକୁ ବଢେଇ ଚଢେଇ ପ୍ରସାରଣ କରିଛନ୍ତି । ମୁଁ ଜଣେ ଲୋକସେବକ ଭାବେ ଦେଶର ସମ୍ବିଧାନକୁ ସମ୍ମାନ କରେ ଓ ଏହାର ବହୂମୂଲ୍ୟକୁ ବଞ୍ଚାଇ ରଖିବାକୁ ଚେଷ୍ଟା କରୁଛନ୍ତି ବୋଲି ଚେରିୟନ କହିଥିଲେ ।
କହିରଖୁ କି ଚେରିୟନଙ୍କ ଏଭଳି ବୟାନ ଆସିବା ପରେ ବିରୋଧୀମାନେ ତାଙ୍କ ଇସ୍ତଫା ଦାବି କରିଥିଲେ । ଏହାପରେ କେରଳ କମ୍ୟୁନିଷ୍ଟ ପାର୍ଟିର ବରିଷ୍ଠ ନେତାମାନେ ଆଜି ଏକ ବୈଠକ କରିଥିଲେ । ପାର୍ଟି ମୁଖ୍ୟାଳୟରେ ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ବି ସାମିଲ ଥିଲେ । ଅନୁମାନ କରାଯାଉଛି କି, ଦଳୀୟ ନେତୃତ୍ୱଙ୍କ ଚାପରେ ଚେରିୟନ ଇସ୍ତଫା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/07/1600x960_1025432-saji-cherian.jpg)