ଆମେ କହୁଛୁ ଭାରତୀୟ ବଂଶୋଦ୍ଭବ ସାଇଶା ବିଷୟରେ । ଯିଏ ମାତ୍ର ୨୨ ବର୍ଷ ବୟସରେ ଏବଂ ନିଜ ଗୀତ ବଳରେ ବ୍ରିଟେନର ଧୂମ ମଚେଇ ସାରିଲେଣି । ତାଙ୍କର ଫ୍ୟାନ ମାନଙ୍କ ସଂଖ୍ୟା ମଧ୍ୟ ଏବେ ବହୁତ ଅଧିକ । ହିନ୍ଦୀରେ ଗୋଟେ କଥା ଅଛି ଯେ । 'ଏକ ବିହାରୀ, ସବପେ ଭାରୀ’ ଅର୍ଥ ହେଲା ଜଣେ ବିହାରୀ ସମସ୍ତଙ୍କଠୁ ଆଗୁଆ । ବର୍ତ୍ତମାନ ବିହାରର ସାଇଶା ବ୍ରିଟେନରେ ମଧ୍ୟ ଏହି କଥା ପ୍ରମାଣ କରିଛନ୍ତି । ବ୍ରିଟିଶ ପିତା ତଥା ବିହାରର ମାତାଙ୍କ ସନ୍ତାନ ସାଇଶା ହାଜିଙ୍କୁ ମାତ୍ର ୨୨ ବର୍ଷ ବୟସ କିନ୍ତୁ ତାଙ୍କ ଗୀତ ବ୍ରିଟେନରେ ଏକ ଆଲୋଡନ ସୃଷ୍ଟି କରିଛି ।
ମାତ୍ର ୧୦ ବର୍ଷ ବୟସରେ ସେ ତାଙ୍କର ପ୍ରଥମ ଗୀତ ଲେଖିଥିଲେ ଏବଂ ୧୯ ବର୍ଷ ବୟସରେ ତାଙ୍କର ପ୍ରଥମ ରେକର୍ଡିଂ କରିଥିଲେ । ସେ ବ୍ରିଟେନର ସର୍ବକନିଷ୍ଠ ଗୀତିକାର ଯାହାଙ୍କର ଗୀତ ବିବିସିରେ ପ୍ରସାରିତ ହୋଇଥିଲା । ବହୁତ କାମ ବୟସରେ ଏହି ଲକ୍ଷ୍ୟ ହାସଲ କରିଥିଲେ ସାଇଶା ୨୦୨୧ ମସିହାରେ ନିଜର ସ୍ନାତକୋତ୍ତର ସମାପ୍ତ କରିଥିଲେ । ଆରମ୍ଭରୁ ସଙ୍ଗୀତ ପ୍ରତି ଆଗ୍ରହୀ ଥିବା ସାଇଶା ଚଳିତ ବର୍ଷ ଏମିତି ସ୍ଥାନରେ ପହଞ୍ଚି ପାରିଥିଲେ ଯେଉଁଠି ପହଞ୍ଚବାକୁ ଅନେକ ଲୋକଙ୍କର ସ୍ବପ୍ନ ଥାଏ । ସାଇଶା ୨୦୨୦ରେ ତାଙ୍କର ପ୍ରଥମ ଆଲବମ୍ Infinity is an Illusion ରେକର୍ଡ କରିଥିଲେ । ସେହି ସମୟରେ ତାଙ୍କୁ ମାତ୍ର ୧୯ ବର୍ଷ ହୋଇଥିଲା ଏବଂ ପରବର୍ତ୍ତୀ ବର୍ଷ ଅର୍ଥାତ୍ ୨୦୨୧ ମସିହାରେ ସେ ବିବିସିରେ ସର୍ବ କନିଷ୍ଠ କଳାକାରଭାବେ ସ୍ଥାନ ପାଇଥିଲେ ।
୨୦୨୧ ମସିହାରେ ସାଇଶାଙ୍କ ଗୀତ ‘ୱାନ ୱେ ଟିକେଟ୍’ ମୁକ୍ତିଲାଭ କରିଥିଲା ଏବଂ ଏହା ବିବିସିରେ ସର୍ବୋତ୍ତମ ଆଧୁନିକ ଏସୀୟ ସଙ୍ଗୀତ ବର୍ଗରେ ମନୋନୀତ ହୋଇଥିଲା । ଯାହା ସାଇଶାଙ୍କ ପାଇଁ ଏକ ବଡ଼ ସଫଳତା ଥିଲା । କେବଳ ଏତିକି ନୁହେଁ ବିବିସି ଏହାକୁ ମ୍ୟୁଜିକ୍ ଫ୍ୟୁଜନ୍ ଟପ୍ ୧୦ରେ ମଧ୍ୟ ସ୍ଥାନିତ କରିଛି ।
ମନୋଜ ତିୱାରୀଙ୍କ ସହ ଗୀତ ଗାଇବାକୁ ଆଗ୍ରହୀ
ସାଇଶାଙ୍କ ମାତା ଉଷା ମିଶ୍ର ବିହାରର ବାସିନ୍ଦା, ଯିଏ ଜଣାଶୁଣା ସାହିତ୍ୟିକ ତଥା ପୂର୍ବତନ ଆଇଏଏସ୍ ଅଧିକାରୀ ସ୍ୱର୍ଗତ ଭଗବତୀ ଶରଣ ମିଶ୍ରଙ୍କ ଝିଅ । ଏହା ବ୍ୟତୀତ ସାଇଶାଙ୍କ ପିତା ବ୍ରିଟେନର ଜଣେ ସିଭିଲ ସରଭେଣ୍ଟ ଥିଲେ। ସାଇଶା ନିଜେ ତାଙ୍କ ପିତାଙ୍କ ପଦାଙ୍କ ଅନୁସରଣ କରିବାକୁ ଚାହୁଁଛନ୍ତି । ତା ସହ ସଙ୍ଗୀତରେ ତାଙ୍କର ପ୍ରବଳ ରୁଚି ରହିଛି । ଯାହାକୁ ସେ ଛାଡିବାକୁ ଚାହାଁନ୍ତି ନାହିଁ । ତାଙ୍କର ଇଚ୍ଛା ହେଉଛି ଭୋଜପୁରୀ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ତଥା ଗାୟକ ମନୋଜ ତିୱାରୀଙ୍କ ସହ ଗୀତ ରେକର୍ଡ କରିବା ।