କନକ ବ୍ୟୁରୋ : ସାଇନା ନେହୱାଲଙ୍କୁ କ୍ଷମା ମାଗିଲେ ଅଭିନେତା ସିଦ୍ଧାର୍ଥ । ବିବାଦ ହେବା ପରେ ସିଦ୍ଧାର୍ଥ ଭୁଲ ମାଗିଛନ୍ତି । ପଂଜାବରେ ପ୍ରଧାନମନ୍ତ୍ରୀ ସୁରକ୍ଷା ତ୍ରୁଟିକୁ ନେଇ ସାଇନା ନେହୱାଲ ଟ୍ୱିଟ୍ କରିଥିଲେ । ସାଇନାଙ୍କ ଟ୍ୱିଟ୍ ଉପରେ ଆପତିଜନକ ଶବ୍ଦ ବ୍ୟବହାର କରିଥିଲେ ସିଦ୍ଧାର୍ଥ । ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷ, କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ଓ ସ୍ମୃତି ଇରାନୀ ଏହାକୁ ବିରୋଧ କରିଥିଲେ ।
ଏହା ବିବାଦୀୟ ହେବା ପରେ ସାଉଥ୍ ସୁପରଷ୍ଟାର ସିଦ୍ଧାର୍ଥ ନିଜ ଭୁଲ ବୁଝିପାରି କ୍ଷମା ମାଗିଛନ୍ତି । ଟ୍ୱିଟ୍ କରି ସିଦ୍ଧାର୍ଥ ଲେଖିଛନ୍ତି, ଆପଣ ସବୁବେଳେ ମୋ ଚାମ୍ପିଅନ୍ ହୋଇ ରହିବେ । ସେ ସବୁବେଳେ ମହିଳାଙ୍କୁ ସମ୍ମାନ କରନ୍ତି ବୋଲି କହିଛନ୍ତି । ସିଦ୍ଧାର୍ଥ କ୍ଷମା ମାଗିବା ପରେ ପ୍ରତିକ୍ରିୟା ରଖିଛନ୍ତି ସାଇନା ନେହୱାଲ । ସିଦ୍ଧାର୍ଥ କ୍ଷମା ମାଗିଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି । ତାଙ୍କ ଟ୍ୱିଟ୍ ଏପରି ଟ୍ରେଣ୍ଡ କରିବ ବୋଲି ସେ କେବେ ଭାବିନଥିବା କହିଛନ୍ତି ।