କନକ ବ୍ୟୁରୋ : ମଜୁରୀ ଓ ବେତନ ଚୁକ୍ତିନାମା ଦାବିରେ ସେଲ ଅଧିନ ସମସ୍ତ ଇସ୍ପାତ କାରଖାନାରେ କାର୍ଯ୍ୟବନ୍ଦ । ଆଜି ମିଳିତ କେନ୍ଦ୍ରିୟ ଟ୍ରେଡ ୟୁନିୟନ ପକ୍ଷରୁ ଏହି ଧର୍ମଘଟ ଡାକରା ଦିଆଯାଇଛି । ଶତାଧିକ ଶ୍ରମିକ ଓ କର୍ମଚାରୀ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଆରଏସପି ଆଗରେ ଶ୍ରମିକମାନେ ସେମାନଙ୍କ ଦାବି ଉପସ୍ଥାପନ କରିଛନ୍ତି । ଏପଟେ ଧର୍ମଘଟକୁ ଅବୈଧ ଘୋଷଣା କରି କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଛନ୍ତି ଆରଏସପି କର୍ତୃପକ୍ଷ । ଯଦି ଏହି ଧର୍ମଘଟ ଜାରି ରୁହେ ତେବେ କୋଟି କୋଟି ଟଙ୍କାର କ୍ଷତି ସହିବ କମ୍ପାନୀ ।
ସୂଚନା ଯୋଗ୍ୟଯେ ମଜୁରୀ ଚୁକ୍ତିନାମା ରେ ସେଲ କର୍ତ୍ତୃପକ୍ଷ ଟାଳ ଟୁଳ ନୀତି ଅବଲମ୍ବନ କରୁଥିବାରୁ ମିଳିତ ଶ୍ରମିକ ସଂଗଠନ ପକ୍ଷରୁ ସମସ୍ତ ସେଲ ପରିଚାଳନାଧୀନ ଇସ୍ପାତ କାରଖାନାରେ ଧର୍ମଘଟର ଡାକରା ଦିଆଯାଇଛି । ଏହି ଧର୍ମଘଟ ଆଜି ସକାଳ ୬ଟା ରୁ ଆରମ୍ଭ ହୋଇଥିବା ବେଳେ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଧର୍ମଘଟକୁ ବେଆଇନ ଘୋଷଣା କରିଛନ୍ତି । ସେପଟେ ଧର୍ମଘଟ ପ୍ରଭାବରେ ଆରଏସପିର ଉତ୍ପାଦନ ବ୍ୟାହତ ହୋଇଛି । ବିଭିନ୍ନ ବିଭାଗର ଅଧିକାରୀ ମାନେ ଠିକା ଶ୍ରମିକଙ୍କୁ ନେଇ କାମ କରୁଛନ୍ତି ।