source-https://www.filmibeat.com
କନକ ବ୍ୟୁରୋ : ବଲିଉଡ଼୍ ଅଭିନେତ୍ରୀ କରୀନା କପୁର୍ ଖାନ୍ ୨୦୧୨ ମସିହାରେ ବଲିଉଡର ନବାବ୍ ସୈଫ୍ ଅଲ୍ଲୀ ଖାନ୍ଙ୍କୁ ପ୍ରେମ ବିବାହ କରିଥିଲା ବେଳେ, କରୀନାଙ୍କ ପୂର୍ବରୁ ସୈଫ୍ଙ୍କ ଦିଲ୍ ଅନ୍ୟ ଜଣ
ଙ୍କ ଠାରେ ଅଟକି ରହିଥିଲା। ସେ ହେଉଛନ୍ତି ଇଟାଲୀର ବାସିନ୍ଦା ରୋଜା କୈଟଲାନୋ, ଯିଏକି ବୃତ୍ତିରେ ଜଣେ ମଡ଼େଲ ଥିଲେ। ତେବେ ସେତେବେଳେ ଏହା ମଧ୍ୟ କୁହାଯାଉଥିଲା କି ରୋଜାଙ୍କ କାରଣରୁ ସୈଫ୍ଙ୍କର ପ୍ରଥମ ବିବାହଟି ଅସଫଳ ହୋଇଥିଲା । ଏଥିସହିତ ଏହା ମଧ୍ୟ ଶୁଣାଯାଉଥିଲା କି ସୈଫ୍ ଓ ରୋଜାଙ୍କ ମଧ୍ୟରେ ଦୁଇ ବର୍ଷର ପ୍ରେମସଂପର୍କ ରହିବା ସହିତ ଏମାନେ ଲିଭ୍ ଇନ୍ ରିଲେସନ୍ସିପ୍ରେ ରହୁଥିଲେ ।
ଆପଣଙ୍କ ସୂଚନା ପାଇଁ ଜଣାଉଛୁ କି ଅକ୍ଟୋବର୍ ୧୯୯୧ରେ ସୈଫ୍ ଅଲ୍ଲୀ ଖାନ୍ ତାଙ୍କଠାରୁ ବୟସରେ ଯଥେଷ୍ଟ ବଡ଼ ତଥା ସିନିୟର୍ ଅଭିନେତ୍ରୀ ଅମୃତା ସିଂହଙ୍କ ସହିତ ପ୍ରେମ ବିବାହ କରିଥିଲେ । ସେତେବେଳେ ସୈଫ୍ଙ୍କର ବୟସ ଥିଲା ମାତ୍ର ୨୧ ବର୍ଷ । ଯେଉଁ ସମୟରେ କି ତାଙ୍କର କ୍ୟାରିୟର୍ ଆରମ୍ଭ ବି ହୋଇ ନ ଥିଲା। ଏହି କାରଣରୁ ସୈଫ୍ଙ୍କ ଘରଲୋକ ଏହି ବାହାଘରକୁ ଘୋର ବିରୋଧ କରୁଥିଲେ ।
Follow Us