କନକ ବ୍ୟୁରୋ: ଗଣେଶ ଚତୁର୍ଥୀରେ ବିଘ୍ନନାଶକ ଗଣପତିଙ୍କୁ ଚାରିଆଡେ ନିରାଡମ୍ବର ଭାବେ ପୂୁଜାର୍ଚ୍ଚନା କରାଯାଇଛି । ଧର୍ମ ନିର୍ବିଶେଷରେ ଗଣପତିଙ୍କୁ ଆରାଧନା କରିଛନ୍ତି ବଲିଉଡ ତାରକା ।ଏହି କ୍ରମରେ ସୋସିଆଲ ସାଇଟରେ ଦେଖାଯାଉଛି ସୈଫ ଅଲ୍ଲୀଙ୍କ ଘରେ ଗଣପତିଙ୍କ ପୂଜାର ଫଟୋ । ସୈଫଙ୍କ ଘରେ ବିରାଜମାନ କରିଛନ୍ତି ଗଣପତି ବାପ୍ପା । ସୈଫ୍ ଓ କରୀନା ପୁଅ ତୈମୁରଙ୍କ ସହ ବାପ୍ପାଙ୍କ ଆରାଧନା କରୁଥିବା ଏହି ଫଟୋରେ ଦେଖିବାକୁ ମିଳିଛି । ଏହି ଫଟୋକୁ କରିନା ଇନଷ୍ଟାଗ୍ରାମରେ ଅପଲୋଡ କରି ସମସ୍ତଙ୍କୁ ଶୁୁଭେଚ୍ଛା ଜଣାଇଛନ୍ତି । ଏହାସହ ତାଙ୍କ ଘରକୁ ଆଶୀର୍ବାଦରେ ଭରିଦେଇଥିବା କୁନି ଗଣପିତଙ୍କ ସହ ସମସ୍ତଙ୍କୁ ଭେଟାଇଛନ୍ତି । /kanak/media/post_attachments/wp-content/uploads/2021/09/kt.jpg)
ଗଣେଶ ଚତୁର୍ଥୀ ଅବସରରେ ମାଟିରେ ଆଉ ଏକ କୁନି ଗଣେଶ ମୂର୍ତ୍ତି ତିଆରି କରିଛନ୍ତି ବଡ ପୁଅ ତୈମର । ଯାହାକୁ ଦେଖି କରିନା ବେଶ ୍ଖୁସି ଥିବା ମଧ୍ୟ ଟ୍ୱିଟ୍ କରିଛନ୍ତି । ତେବେ ଏଥିରେ ଦ୍ୱିତୀୟ କୁନି ନୱାବଙ୍କୁ ଦେଖିବାକୁ ମନ କରିଛନ୍ତି କରିନାଙ୍କ ପ୍ରଶଂସକ । ହେଲେ ଖୁବ୍ ଶିଘ୍ର ଜାହାଙ୍ଗିର ବନାମ ଜେହ୍ ଙ୍କୁ ମଧ୍ୟ ଫ୍ରାନ୍ସ ଦେଖିବାକୁ ପାଇପାରିବେ ବୋଲି ଲେଖିଛନ୍ତି କରିନା । ବଲିଉଡରେ ପାୱାର କପୁଲ ବୋଲି କୁହାଯାଉଥିବା କରୀନା ଓ ସୈଫ ନିଜ ପରିବାର ସହ ଗଣେଶ ଚତୁର୍ଥୀ ପାଳନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/36-6.jpg)