କୃଷିପ୍ରଧାନ ଦେଶ ଭାରତରେ ଲୋକ ଗାଇକୁ ଯେଉଁଠି ଗୋମାତା ଏବଂ ବଟ,ଓସ୍ତ ଗଛକୁ ଭଗବାନ କହି ପୂଜାର୍ଚ୍ଚନା କରୁଛନ୍ତି ସେଠାରେ କିଛି ଭିନ୍ନ କିମ୍ବା ମନର ଭ୍ରାନ୍ତିକୁ ଲୋକ ଅଲୌକିକର ନାଁ ଦେଇଥାନ୍ତି । ତେବେ ଏଭଳି କଥା ଆପଣ ବିଭିନ୍ନ ସମୟରେ ଶୁଣିବାକୁ ପାଉଥିବେ । କେତେବେଳେ ରୁଟିରେ ଶ୍ରୀଜଗନ୍ନାଥ ତ ଆଉ କେତେବେଳେ ଆଳୁରେ ଶ୍ରୀ ଗଶେଷ । ଭିନ୍ନ ଭିନ୍ନ ସମୟରେ ଲୋକଙ୍କ ଆଧ୍ୟାତ୍ମିକତା ଏତେ ଗଭୀର ହୋଇଯାଏ ଯେ ଗୁଜବକୁ ଲୋକ ସତ ଭାବି ଏହାର ପୂଜାର୍ଚ୍ଚନା କରିଥାନ୍ତି । ତେବେ ଏଭଳି ଆଉ ଏକ ଖବର ଏବେ ଝଡ ପରି ଚାରିଆଡେ ବ୍ୟାପିବାରେ ଲାଗିଛି । ଯାହା ପ୍ରଥମେ ସୋସିଆଲ୍ ମିଡିଆରେ ଖୁବ୍ ଚର୍ଚ୍ଚିତ ହୋଇଥିଲା ।
ଆକାଶରେ ଅଦ୍ଭୁତ ଦୃଶ୍ୟ,ଚନ୍ଦ୍ରରେ ସାଇବାବା । ଏଭଳି କିଛି ଗୁଜବ ଦେଶର ବିଭିନ୍ନ ପ୍ରାନ୍ତରେ ଦେଖିବାକୁ ମିଳିଛି । ଗତ ୨ଦିନ ହେବ ଚନ୍ଦ୍ରରେ ସାଇବାବାଙ୍କ ମୁହଁର ଫଟୋ ଆସୁଥିବା ଗୁଜବ ବ୍ୟାପିବାରେ ଲାଗିଛି । ଏଥି ସହ ଫେସବୁକ ଏବଂ ହ୍ୱ୍ୱାଟସଆପ୍ ପରି ସୋସିଆଲ ମିଡିଆରେ ଚନ୍ଦ୍ରରେ ସାଇବାବାଙ୍କ ମୁହଁ ଆକୃତିର ଫଟୋ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଏହାକୁ ଦେଖି ପୁଜାର୍ଚ୍ଚନା କରୁଥିବା କଥା ମଧ୍ୟ ସାମନାକୁ ଆସିଛି । ପୂର୍ବରୁ ମଧ୍ୟ ସାଇବାବାଙ୍କୁ ନେଇ ଅନେକ ଗୁଜବ ଶୁଣିବାକୁ ମିଳିଥିଲା । ତେବେ ଏହା ଗୁଜବ ନା ଏଥିରେ କିଛି ସତ୍ୟତା ରହିଛି ଏନେଇ କିଛି ଖବର ମିଳିନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/09/SAI-BABA.jpg)
/kanak/media/post_attachments/wp-content/uploads/2018/09/maxresdefault-20-300x169.jpg)