ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ : ପ୍ରଥମ ୨ ମ୍ୟାଚ ପାଇଁ ବଦଳିଲେ ୩ ଖେଳାଳୀ । ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

6,035

କନକ ବ୍ୟୁରୋ : ଜିମ୍ବାୱେ ଗସ୍ତପାଇଁ ଭାରତୀୟ ଟିମର ଅନେକ ପରିବର୍ତ୍ତନ କରାଯାଇଛି । ଭାରତୀୟ ଟିମରେ ସାଇ ସୁଦର୍ଶନ, ଜିତେଶ ଶର୍ମା ଓ ହର୍ଷିତ ରାଣାଙ୍କୁ ପ୍ରଥମ ଦୁଇଟି ଟି ୨୦ ମ୍ୟାଚରେ ସ୍ଥାନରେ ମିଳିଛି । ଏନେଇ ବିସିସିଆଇ ତରଫରୁ ଘୋଷଣା କରାଯାଇଛି । ସେମାନେ ସଂଜୁ ସାମସନ୍, ଶିବମ୍ ଦୁବେ ଓ ୟଶସ୍ୱୀ, ଜୟସୱାଲଙ୍କ ସ୍ଥାନରେ ଖେଳିବେ ।

ଟି-୨୦ ବିଶ୍ୱକପ ଚାମ୍ପିୟନ ଭାରତୀୟ ଦଳ ବାରଡୋସରେ ବିଶ୍ୱକପ୍ ଜିତିବା ପରେ ଏପର୍ଯ୍ୟନ୍ତ ଭାରତ ଫେରିନାହାଁନ୍ତି । ସେଠାରେ ଚକ୍ରବାତ ତୁଫାନ ଲାଗି ରହିଥିବାରୁ ସେମାନେ ଫେରିପାରିନାହାଁନ୍ତି ।

ସଂଜୁ ସାମସନ୍, ଶିବମ୍ ଦୁବେ ଓ ୟଶସ୍ୱୀ, ଜୟସୱାଲ ଚଳିତ ଟି-୨୦ ବିଶ୍ୱକପରେ ୧୫ ଜଣିଆ ଟିମରେ ସାମିଲ ଥିଲେ । ହେଲେ ଏବେ ତାଙ୍କ ସ୍ଥାନରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ କିଛି ପରିବର୍ତ୍ତନ କରି ସାଇ ସୁଦର୍ଶନ, ଜିତେଶ ଶର୍ମା ଓ ହର୍ଷିତ ରାଣାଙ୍କୁ ସ୍ଥାନ ଦେଇଛି । ସାଇ ସୁଦର୍ଶନ ଆଇପିଏଲରେ ଗୁଜରାଟ ଟାଇଟନ୍ସ, ଜିତେଶ ଶର୍ମା ପଞ୍ଜାବ କିଙ୍ଗ୍ସ ଓ ହର୍ଷିତ ରାଣା କୋଲକତା ନାଇଟରାଇଡର୍ସ ତରଫରୁ ଖେଳୁଥିଲେ ।
ଜୁଲାଇ ୬ ତାରିଖରୁ ଆରମ୍ଭ ହେବାକୁ ଥିବା ପାଞ୍ଚଟି କିଆ ଟି-୨୦ ସିରିଜ ପାଇଁ ଜିମ୍ବାୱେ ଯିବାକୁ ଥିବା ଭାରତୀୟ ଟିମରେ ଏହି ୩ ଖେଳାଳୀ (ସଂଜୁ ସାମସନ, ଶୁଭମ୍ ଦୁବେ ଓ ଯଶସ୍ୱୀ ଜୟସୱାଲ)ପ୍ରଥମେ ଭାରତୀୟ ଟିମ ସହ ଜିମ୍ବାୱେରୁ ଫେରିବେ । ତା ପରେ ବାକି ସଦସ୍ୟଙ୍କ ସହ ହରାରେ ଯିବେ । ସେପଟେ ପ୍ରଥମ ୨ଟି ମ୍ୟାଚ ପରେ ଏହି ୩ ଖେଳାଳୀ ପୁଣି ଭାରତୀୟ ଟିମରେ ସାମିଲ ହେବେ ।