ଦକ୍ଷିଣ ଅଭିନେତ୍ରୀ ସାଇ ପଲ୍ଲବୀଙ୍କୁ ଦେଶରେ ବିରୋଧ । କାଶ୍ମୀର ପଣ୍ଡିତଙ୍କୁ ନେଇ କହିଲେ ଏପରି କିଛି କଥା ।

950

କନକ ବ୍ୟୁରୋ: ନିଜର ସୁନ୍ଦରତା ଓ ନିଖୁଣ ଅଭିନୟ ପାଇଁ ପପୁଲାର ସାଉଥ୍ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ସାଇ ପଲ୍ଲବୀ ଏବେ ବିବାଦ ଘେରରେ ।ନିକଟରେ ତାଙ୍କର ଆଗାମୀ ମୁଭି ‘ବିରାଟ ପର୍ବମ’ର ପ୍ରମୋସନ ପାଇଁ ବ୍ୟବସ୍ତ ଥିବା ସାଇ ପଲ୍ଲବୀ କାଶ୍ମୀର ପଣ୍ଡିତଙ୍କୁ ନେଇ ଏପରି କିଛି ମନ୍ତବ୍ୟ ;ଦେଇଛନ୍ତି ଯାହାକୁ ନେଇ ସାରା ଦେଶରେ ଉଠିଛି ବିରୋଧର ସ୍ୱର ।

କଥା ହେଉଛି , ସାଇ ପଲ୍ଲବୀ ବଲିଉଡ୍ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ରେ ପ୍ରଦର୍ଶୀତ କାଶ୍ମୀର ପଣ୍ଡିତଙ୍କ ଦୃଶ୍ୟକୁ ମୋବ୍ ଲିଞ୍ଚିଙ୍ଗ ସହିତ ତୁଳନା କରିଛନ୍ତି । ଏହି ପ୍ରକ।। ବିବାଦୀୟ ବିବୃତ୍ତି ଦେଇ ଏବେ ସାରା ଦେଶରେ ବିବାଦ ଘେରକୁ ଆସିଛନ୍ତି ପଲ୍ଲବୀ । ତେବେ ନିକଟରେ ଏକ ସାକ୍ଷାତାକରରେ ଏପରି କିଛି କହିଛନ୍ତି ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା । ସେ ଏହି ମୁଭିରେ କାଶ୍ମୀର ପଣ୍ଡିତଙ୍କ ହତ୍ୟାକାଣ୍ଡ ଉପରେ କହିଛନ୍ତି ଯେ, ହିଂସା ଓ ଧର୍ମକୁ ଓଜନ କରାଯାଉଛି । କାଶ୍ମୀର ଫାଇଲ୍ସ ମୁଭିରେ କାଶ୍ମୀର ପଣ୍ଡିତଙ୍କୁ ହତ୍ୟା ଘଟଣାକୁ ଦେଖାଯାଉଛି । ହେଲେ ଅନ୍ୟପଟେ ସମାଜରେ ହେଉଥିବା ଅନ୍ୟଏକ ଅନ୍ୟାୟକୁ ଅଣଦେଖା କରାଯାଉଛି । କିଛି ଦିନ ପୂୁର୍ବରୁ ଗୋଟିଏ ଟ୍ରକରେ ଭର୍ତ୍ତି ହୋଇଥିବା ଗାଈଙ୍କୁ ନେଇ ଯାଉଥିବା ଜଣେ ମୁସଲମାନ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବେ ମାଡ ଦିଆଯାଇଥିଲା । ପରେ ଜୟ ଶ୍ରୀରାମ ବୋଲି ନାରା ଦିଆଯିବ ସହ ଉକ୍ତ ବ୍ୟକ୍ତିଙ୍କୁ ମଧ୍ୟ ଜୟ ଶ୍ରୀରାମ ଜପ କରିବାକୁ ବାଧ୍ୟ କରାଯାଇଥିଲା । ହେଲେ ଏପରି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ପଲ୍ଲବୀ । କାରଣ ଏଦୁଇଟି ଘଟଣା ହେଉଛି ଧାର୍ମିକ ହିଂସା । ମୋ ମତରେ ଏପରି ସ୍ଥିତିରେ କୌଣସି ପ୍ରକାରର ଭେଦଭାବ କରାଯିବା ଅନୁଚିତ’ ବୋଲି କହିଛନ୍ତି ସାଇ ପଲ୍ଲବୀ

ପଲ୍ଲବୀଙ୍କର ଏପରି ମନ୍ତବ୍ୟକୁ ସୋସିଆଲ ମିଡିରେ ବିରୋଧ କରାଯାଇଛି । କିଛି ଏହାକୁ ସମର୍ଥନ କରୁଥିବାବେଳେ ଅନେକ ସାଇ ପଲ୍ଲବୀଙ୍କ ଏପରି ମନ୍ତବ୍ୟକୁ କଡା ବିରୋଧ କରିଛନ୍ତି । ଏହି ଦୁଇଟି ଘଟଣା କେବେବି ସମାନ ନୁହେଁ । ବରଂ ଏପରି କହି ସାଇ ପଲ୍ଲବୀ ହିନ୍ଦୁଙ୍କ ଉପରେ ସଂଖ୍ୟାଲଘୁଙ୍କ ହିଂସାକୁ ପରୋକ୍ଷରେ ସମର୍ଥନ କରୁଥିବା କହିଛନ୍ତି ୟୁଜର୍ସ ।