ସାଇ ବନାମ ଶଙ୍କରାଚାର୍ଯ୍ୟ

238

ଦ୍ୱାରକାପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ ପୁଣିଥରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଅତୀତରେ ଗଙ୍ଗା ନଦୀ ପ୍ରଦୁଷଣ  ସମ୍ପ୍ରଦାୟ  ଭିତିରେ ପୋଷାକ ବ୍ୟବସ୍ଥାର ପ୍ରଚଳନ, ଗୋ-ସମ୍ପଦର ସୁରକ୍ଷା, ଜାମ୍ମୁ-କାଶ୍ମୀରରେ ଧାରା ୩୭୦ର ଉଚ୍ଛେଦ, ଦେଶରେ ବଢୁଥିବା ଅସହିଷ୍ଣୁତା ଓ ଆମୀର ଖାନ୍ଙ୍କ ପିକେ ଚଳଚ୍ଚିତ୍ର ବିରୁଦ୍ଧରେ ମନ୍ତବ୍ୟ ଦେଇ ସ୍ୱରୂପାନନ୍ଦ ଆସିଥିଲେ ବିବାଦ ଘେରକୁ  । ଏପରିକି ବିଭିନ୍ନ ମହଲରେ ସମାଲୋଚନାର ଶରବ୍ୟ ମଧ୍ୟ ହୋଇଥିଲେ ଏହି ଜଗତଗୁରୁ  । ଏବେ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ ଶିରିଡ଼ି ସାଇବାବା ଓ ଶନି ଶିଙ୍ଗଣାପୁରରେ ମହିଳାଙ୍କ ପ୍ରବେଶକୁ ନେଇ ମନ୍ତବ୍ୟ ଦେବାପରେ ପୁଣି ମୁଣ୍ଡ ଟେକିଛି ବିବାଦ । ସ୍ୱାମିଜୀ ପୁଣିଥରେ ଆସିଛନ୍ତି ବିବାଦ ଘେରକୁ  । ତେବେ ସ୍ୱାମିଜୀ କ’ଣ ଦେଇଥିଲେ ମନ୍ତବ୍ୟ ? ଶିରିଡ଼ି ସାଇବାବା ଓ ଶନି ମନ୍ଦିର ବିଷୟରେ କ’ଣ କହିଥିଲେ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ ? ଏହି ଚର୍ଚ୍ଚିତ ବିବାଦର ବିଶ୍ଳେଷଣ ପାଇଁ ଦେଖିବା ସ୍ପେଶାଲ ରିପୋର୍ଟ ସାଇ ବନାମ ଶଙ୍କରାଚାର୍ଯ୍ୟ  ।
HT Exclusive: Interview Of Shankaracharya Swami Swaroopanand Saraswati
ଶିରିଡ଼ି ସାଇବାବା ଜଣେ ଫକୀର ହିନ୍ଦୁ ଦେବତା ନୁହନ୍ତି  । ମହାରାଷ୍ଟ୍ରର ଅନେକ ସ୍ଥାନରେ ଶିରିଡ଼ି ସାଇବାବାଙ୍କ ପ୍ରତିମା ତଳେ ଗଣେଶ ଓ ହନୁମାନଙ୍କ ପ୍ରତିମାକୁ ରଖାଯାଉଛି  । ଏହି କାରଣରୁ ମହାରାଷ୍ଟ୍ରରେ ମରୁଡ଼ି ସ୍ଥିତି ଉପୁଜିଛି  । ଏଭଳି ବିବାଦୀୟ ମନ୍ତବ୍ୟ ସୃଷ୍ଟି କରିଛି ସାଇ ବନାମ ଶଙ୍କରାଚାର୍ଯ୍ୟ ପରିସ୍ଥିତି  । ୨୦୧୪ ମସିହାରେ ସାଇବାବାଙ୍କ ବିରୁଦ୍ଧରେ ପୂର୍ବରୁ ଦେଇଥିଲେ ଏଭଳି କିଛି ବିବାଦୀୟ ବୟାନ୍ ଯାହା ଆଲୋଡ଼ନ ସୃଷ୍ଟି କରିଥିଲା ସାଇ ଭକ୍ତମହଲରେ  । ଏବେ ଶଙ୍କରାଚାର୍ଯ୍ୟଙ୍କ ବିବାଦୀୟ ବୟାନ ଅନୁରୂପ ସ୍ଥିତି ସୃଷ୍ଟି କରିଛି  । ଏହି ମନ୍ତବ୍ୟକୁ ନେଇ ଛନ୍ଦି ହୋଇ ପଡ଼ିଛନ୍ତି ସ୍ୱାମିଜୀ  । ସାରା ବିଶ୍ୱରେ ସିରିଡ଼ି ସାଇବାବାଙ୍କର କୋଟି କୋଟି ଭକ୍ତ ରହିଥିବା ବେଳେ ବିଭିନ୍ନ ସୋସିଆଲ୍ ମିଡ଼ିଆରେ ଏହାକୁ ନିନ୍ଦା କରାଯାଇଛି  । ଟ୍ୱିଟରରେ ଅଭିନେତା ରିଷି କପୁର ଶଙ୍କରାଚାର୍ଯ୍ୟଙ୍କୁ କଡ଼ା ସମାଲୋଚନା କରିଥିବା ବେଳେ ଏହା ବୟସର ପ୍ରଭାବ ଓ ସ୍ୱରୂପାନନ୍ଦ ତାଙ୍କ ଅଭିନୀତ କପୁର ଆଣ୍ଡ ସନ୍ସ ସିନେମା ଦେଖି ବାକି ଜୀବନର ମଜା ନେବା ଉଚିତ ବୋଲି ପ୍ରକାଶ କରିଛନ୍ତି  । ମଧ୍ୟପ୍ରଦେଶର ଏକ ରାଜନୈତିକ ପରିବାରରେ ଜନ୍ମ ସ୍ୱାମୀ ସ୍ୱରୂପାନନ୍ଦଙ୍କର  । ପରବର୍ତୀ ସମୟରେ ଭାରତଛାଡ଼ ଆନେ୍ଦାଳନରେ ଯୋଗ ଦିଅନ୍ତି ସ୍ୱାମିଜୀ  । ସମୟ କ୍ରମେ ସନ୍ନ୍ୟାସ ବ୍ରତ ଗ୍ରହଣ କରନ୍ତି ଗୁରୁ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ନିକଟରୁ  । ୧୯୭୩ ମସିହାରେ ବଦ୍ରିନାଥ ଜ୍ୟୋର୍ତିମଠର ଶଙ୍କରାଚାର୍ଯ୍ୟ ପଦବୀରେ ବସନ୍ତି ସ୍ୱରୂପାନନ୍ଦ  । ୧୯୮୨ ମସିହାରେ ସେ ହୁଅନ୍ତି ଦ୍ୱାରକାପୀଠର ଶଙ୍କରାଚାର୍ଯ୍ୟ  । ଜଗତଗୁରୁ ପଦବୀରେ ଆସୀନ ହେବାପରେ ଏକାଧିକ ବିବାଦୀୟ ମନ୍ତବ୍ୟ ଦେଇ ସ୍ୱରୂପାନନ୍ଦ ଆସନ୍ତି ବିବାଦ ଘେରକୁ  । ଏବେ ଶିରିଡ଼ି ସାଇବାବାଙ୍କ ବିରୁଦ୍ଧରେ ସ୍ୱାମିଜୀଙ୍କ ବୟାନ୍ ତାଙ୍କୁ କରିଛି ଆହୁରି ବିବାଦୀୟ  । ଶିରିଡ଼ି ସାଇବାବାଙ୍କର କୋଟି କୋଟି ଭକ୍ତଙ୍କ ଧର୍ମୀୟ ବିଶ୍ୱାସକୁ ଏହା ଆଘାତ ଦେଇଥିବା ସ୍ୱାମିଜୀଙ୍କ ବିରୁଦ୍ଧରେ ଆସିଛି ଅଭିଯୋଗ  ।

shiridi