କନକ ବ୍ୟୁରୋ : ଉତ୍ତରପ୍ରଦେଶର ସାହାରାନୁରର ଜିଲ୍ଲାପାଳ ସେକୁଛନ୍ତି ରୁଟି । ମାଜିଷ୍ଟ୍ରେଟ ରୁଟି ସେକୁଥିବାର ୩୨ ସେକେଣ୍ଡର ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ୟୁଜର୍ସମାନେ ଭିଡିଓକୁ ଲାଇକ କରିବା ସହ ବିଭିନ୍ନ କମେଣ୍ଟମାନ କରୁଛନ୍ତି । ଜିଲ୍ଲାପାଳଙ୍କୁ ସମସ୍ତେ ପ୍ରଂଶସାରେ ପୋତି କାଉଛନ୍ତି । ତେବେ ଜିଲ୍ଲାପାଳ ଏମିତି କାହା ପାଇଁ ରୁଟି ତିଆରି କରୁଥିଲେ? ତାହା ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିବ । ଜିଲ୍ଲାପାଳ କାଉଡ଼ିଆଙ୍କ ପାଇଁ ରୁଟି ସେକିଛନ୍ତି । ଶ୍ରାବଣ ମାସ ଆରମ୍ଭ ହୋଇଯାଇଥିବାବେଳେ ଦେଶସାରା ଚାଲିଛି ବୋଲବମ ଭକ୍ତଙ୍କ ଭିଡ । ଭକ୍ତମାନେ ଦୂର ଦୂରାନ୍ତ ଶିବାଳୟକୁ ପାଣି ଧରି ବାହାରିଛନ୍ତି । ତେବେ ରାସ୍ତାରେ ସେବା ପାଇଁ ବିଭିନ୍ନ ଟ୍ରଷ୍ଟ ତଥା କିଛି ବ୍ୟକ୍ତିମାନେ ଷ୍ଟଲ ପକାଇବା ସହ କାଉଡିଆଙ୍କ ସେବା କରୁଛନ୍ତି । ହରିଦ୍ୱାରକୁ କାଉଡିଭାର ନେଇ ଗଙ୍ଗାରୁ ପାଣି ଉଠାଇ ବାହାରିଛନ୍ତି କାଉଡିଆ । ୟୁପିରେ କାଉଡ଼ିଆଙ୍କ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କର।।ଇଛି । ବିଭିନ୍ନ ସ୍ଥାନରେ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଛକ ଛକରେ କ୍ୟାମ୍ପମାନ ମଧ୍ୟ କରାଯାଇଛି ।

Advertisment

ଶିବିର ଗୁଡ଼ିକରେ କାଉଡିଆଙ୍କ ପାଇଁ ଖାଇବା ଏବଂ ପ୍ରାଥମିକ ଚିକିତ୍ସା ଭଳି ବ୍ୟବସ୍ଥା କରାଯାଇଛି । ସାହାରନପୁୁରର ଏକ କ୍ୟାମ୍ପରେ ଜିଲ୍ଲାପାଳ ପହଞ୍ଚିବା ସହ ରୁଟି ସେକିଥିବା ଦେଖିବାକୁ ମିଳିଥିଲା । ତେବେ ଡିଏମ ରୁଟି ସେକୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତାଙ୍କର ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଂଶସା କରାଯାଉଛି । ସେପଟେ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ମଧ୍ୟ କାଉଡିଆଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।