ଇଣ୍ଟରନେଟରେ ଲିକ୍ ହେଲା ବାହୁବଲୀଙ୍କ ଫଟୋ ! ସାହୋ ସିନେମା ସେଟରୁ ଲିକ୍ ହୋଇଛି ଫଟୋ ।

Advertisment
ଇଣ୍ଟରନେଟରେ ଲିକ୍ ହେଲା ବାହୁବଲୀଙ୍କ ଫଟୋ ! ସାହୋ ସିନେମା ସେଟରୁ ଲିକ୍ ହୋଇଛି ଫଟୋ ।

image courtesy -Quora

ନିର୍ମାତା ଏସ୍ଏସ୍ ରାଜମୌଲୀଙ୍କ ‘ବାହୁବଳୀ’ ଚଳଚ୍ଚିତ୍ର ପୂର୍ବରୁ ହୁଏତ ଅଭିନେତା ପ୍ରଭାସଙ୍କୁ ଖୁବ କମ୍ ଲୋକେ ଜାଣିଥିଲେ। ମାତ୍ର ‘ବାହୁବଳୀ’ ଚଳଚ୍ଚିତ୍ରର ଦୁଇଟି ଯାକ ଭାଗରେ ଜବର୍ଦସ୍ତ ଭୂମିକା ନିଭାଇବା ପରେ ଦର୍ଶକ ଏବେ ତାଙ୍କୁ ପ୍ରଭାସ ନାଁରେ କମ୍ ଏବଂ ବାହୁବଳୀଙ୍କ ନାଁରେ ବେଶି ଜାଣନ୍ତି। ଲୋକଙ୍କ ମନରେ ରାଜ୍ କରିବା ପରେ ପ୍ରଭାସଙ୍କର ଛୋଟରୁ ଅତି ଛୋଟ କଥା ଉପରେ ରହୁଛି ଲୋକଙ୍କ ନଜର। ସେ କୁଆଡେ ଗଲେ, କ’ଣ କଲେ ଏବଂ କୋଉଠି ରହିଲେ ଆଦି ଟିକ୍ ନିକ୍ କଥା ବି ଦର୍ଶକ ଜାଣିବା ପାଇଁ ଆଗ୍ରହ। ଆପଣ ଜାଣିଥିବେ ନିଶ୍ଚୟ ‘ବାହୁବଳୀ-୨’ ଅଦ୍ଭୁତପୂର୍ବ ସଫଳତା ହାତେଇବା ପରେ ପ୍ରଭାସଙ୍କୁ ପ୍ରଥମ କରି ଏକ ବଲିଉଡ୍ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ମିଳିଛି। ଚଳଚ୍ଚିତ୍ରଟି ହେଉଛି ‘ସାହୋ’। ଏଥିରେ ପ୍ରଭାସଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ଚୁଲ୍ବୁଲି ଅଭିନେତ୍ରୀ ଶ୍ରଦ୍ଧା କପୁର୍।publive-imageଇତିମଧ୍ୟରେ ପ୍ରଭାସଙ୍କ ‘ସାହୋ’ ସୁଟିଂ ପ୍ରାୟ ସରିବା ଉପରେ। ପ୍ରଭାସଙ୍କ ‘ସାହୋ’ ଚଳଚ୍ଚିତ୍ରର କିଛି ଫଟୋ ଏବେ ଗୁପ୍ତ ଭାବେ ଇଣ୍ଟରନେଟରେ ଭାଇରାଲ୍ ହୋଇଯାଇଛି। ଯଦିଓ ଚଳଚ୍ଚିତ୍ର ନିର୍ମାତା ସଂପୂର୍ଣ୍ଣ ସୁରକ୍ଷାର ସହ ଏହାର ସୁଟିଂ ଚଳାଇଥିଲେ ତଥାପି ପ୍ରଭାସଙ୍କ କ୍ରେଜ୍ ନିର୍ମାତାଙ୍କ ଚଳଚ୍ଚିତ୍ରକୁ ସମ୍ପୁର୍ଣ୍ଣ ରୁପେ ଗୁପ୍ତ ରଖି ପାରିନାହିଁ। ସୁଟିଂ ସେଟରୁ ଯେଉଁ ଫଟୋ ଲିକ୍ ହୋଇଛି ସେଥିରେ ପ୍ରଭାସ ଏକ ବାଇକରେ ବସିଥିବାର ନଜର ଆସୁଛନ୍ତି। ‘ସାହୋ’ ଏକ ଆକ୍ସନ ଚଳଚ୍ଚିତ୍ର। ଏଥିରେ ପ୍ରଭାସଙ୍କର ଜବରଦସ୍ତ ଆକ୍ସନ ଷ୍ଟଣ୍ଟ୍ ଦେଖିବାକୁ ମିଳିବ। ପ୍ରାୟ ୨୦୦ କୋଟି ବଜେଟର ଏହି ଚଳଚ୍ଚିତ୍ରଟି ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ନିର୍ମାଣ କରାଯାଉଛି। ଏହା ଏକ ଚୋର, ପୋଲିସ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର। ପ୍ରଭାସ ଏଥିରେ ଜଣେ ପୋଲିସ ଅଧିକାରୀର ଭୂମିକା ନିଭାଇଥିଲେ ବି କାହାଣୀର କୌଶଳତା ହେତୁ ଶେଷ ପର୍ୟ୍ୟନ୍ତ ଦର୍ଶକ ଏହାର ଟେର୍ ପାଇପାରିବେ ନାହିଁ। ଏହି ଚଳଚ୍ଚିତ୍ର ପାଇଁ ହଲିଉଡର ଲୋକପ୍ରିୟ ଆକ୍ସନ ନିର୍ଦ୍ଦେଶକ କୈନି ବେଟସଙ୍କୁ ନିଆଯାଇଛି। ଫଳରେ ଚଳଚ୍ଚିତ୍ରଟିରେ ଅନ୍ତର୍ଜାତୀୟ ସ୍ତରର ଷ୍ଟଣ୍ଟ୍ ଦେଖିବାକୁ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe