କଟକରେ ଚାଞ୍ଚଲ୍ୟ । ୪ ଦିନ ହେବ ଥିଲେ ନିଖୋଜ, କାଠଯୋଡି ନଦୀ ବାଲିପଠାରୁ ମିଳିଲା ଛାତ୍ରଙ୍କ ମୃତଦେହ ।

1,823

କନକ ବ୍ୟୁରୋ : କଟକରେ ଚାଞ୍ଚଲ୍ୟ । ମିଳିଲା ନିଖୋଜ ଛାତ୍ରଙ୍କ ମୃତଦେହ । ୪ଦିନ ହେବ ନିଖୋଜ ଥିଲେ ୧୬ ବର୍ଷ ବୟସର ସାହିଲ ଜେନା । ଆଜି କାଠଯୋଡ଼ି ନଦୀ ବାଲିପଠାରୁ ମିଳିଲା ସାହିଲଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି ।

୪ ଦିନ ପୂର୍ବରୁ ସାହିଲ ନିଖୋଜ ଥିବା ନେଇ ପରିବାର ପକ୍ଷରୁ କଟକ ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ୪ ଦିନ ପରେ ସାହିଲଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି । ମୃତଦେହ ଚିହ୍ନଟ କରିଛନ୍ତି ପରିବାର ଲୋକ । ୪ ଦିନ ପୂର୍ବେ ସାହିଲ ଘରୁ ରାଗି କେଉଁଆଡ଼େ ଚାଲିଯାଇଥିଲେ । ଅନେକ ଖୋଜାଖୋଜି ପରେ ମଧ୍ୟ ସାହିଲଙ୍କ ଖୋଜଖବର ପାଇନଥିଲେ ପରିବାରବର୍ଗ । ତେଣୁ ସାହିଲ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ।